ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ରବି ସ୍ବାଇଁଙ୍କ ଦେହାନ୍ତ । ତେବେ ଲିଭର ସୋରିଆସିସ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ “ଜୋର ଯାର ମୂଲକ ତାର”, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ “କି ହେବ ଶୁଆ ପୋଷିଲେ”, ଅବତାର ସିଂହଙ୍କ ନିର୍ଦ୍ଦେଶିତ”ପଞ୍ଜୁରୀ ଭିତରେ ଶାରୀ ” ଏବଂ ଉଦଣ୍ଡୀ ସୀତା” ଚଳଚିତ୍ରର ସେ ନିର୍ମାତା ଥିଲେ । ଏହା ରାଜ୍ୟରେ ବେଶ ଆଦୃତ ହୋଇଥିଲା ।ସେହିପରି କ୍ଷେତ୍ରମୋହନ ମେମୋରିଆଲ ଟ୍ରଷ୍ଟ, ଓମ ଶାନ୍ତି କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, କ୍ଷେତ୍ରମୋହନ ଆଇ ଟି ସି ଏବଂ ଦୈତାରୀ ଆଇଟିସିର ପ୍ରତିଷ୍ଠାତା ଅଟନ୍ତି। ତାଙ୍କର ଦେହାନ୍ତରେ ପିପିଲିରେ ଶୋକର ଛାୟା ଖେଳିଯାଇଛି