ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଉତ୍ତୋଳନ କରିବା ମାମଲା; ଜଗତସିଂହପୁର ଏସ୍‌ପିଙ୍କୁ ତଦନ୍ତ ପାଇଁ ନୋଟିସ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଉତ୍ତୋଳନ କରିବାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍‌ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍‌ (ଓଏଚ୍‌ଆରସି) ହସ୍ତକ୍ଷେପ କରିଛନ୍ତି। ୨୦୨୪ ମେ’ ୨୪ ତାରିଖରେ ଗଣମାଧ୍ୟମରେ ‘ମୋବାଇଲ ଚୋରି କଲା ବୋଲି ଚଳନ୍ତା ଟ୍ରକ୍‌ରେ ଝୁଲାଇ ଦେଲେ’ ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣା ନେଇ ଓଏଚ୍‌ଆରସି ନିଜ ଆଡୁ ମାମଲା ରୁଜୁ କରି କରିଛନ୍ତି।

ଓଏଚ୍‌ଆରସି ଜଗତସିଂହପୁର ଏସ୍‌ପିଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକଙ୍କ ବେକରେ ଜୋତାମାଳ ପିନ୍ଧାଯାଇଛି। ଦୁଇ ହାତକୁ ବାନ୍ଧି ଟ୍ରକ୍‌ର ଇଞ୍ଜିନ ସମ୍ମୁଖରେ ଝୁଲାଇ ଦିଆଯାଇଛି। ଏଭଳି ଅବସ୍ଥାରେ ଟ୍ରକ୍‌ଟି ଏକ ପୋଲ ଉପରେ ଗତି କରିବା ବେଳେ ଭିଡିଓ ସୁଟିଂ କରାଯାଇଛି।

Related Posts