୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣି । ତେବେ ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାଯାଇଛି। ଲାଞ୍ଚ ନେଇ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ। ଏରିଅର ବିଲ ପାସ ପାଇଁ ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଅନୁଗୁଳ ଭିଜିଲାନ୍ସ ଟିମ୍ ।

ସେପଟେ କନ୍ତିଓକାଟେଣି ସିଦ୍ଧାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କର ଏରିଅର ବିଲ୍ ପାସ୍ କରାଇ ଦେବା ପାଇଁ ତାଙ୍କଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts