
ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ରାଗିଛି ୟୁଜିସି | ଏନେଇ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି।
ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ଶିକ୍ଷାବିଭାଗ ଓ ଓପିଏସସି ଉପରେ କ୍ଷୁବ୍ଧ ହୋଇଛି ୟୁଜିସି ।
ମେ’ ୨୩ରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ’ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁପ୍ରିମକୋର୍ଟରେ ଓଡ଼ିଶା ବିଦ୍ୟାଳୟ ସଂଶୋଧନ ଆଇନ୍ ବିଚାରାଧୀନ ରହିଛି। ତେଣୁ ଓପିଏସସି ଦ୍ୱାର ଶିକ୍ଷକ ନିଯୁକ୍ତି ଓ ଏସଏସବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି। ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।
ଏଥିରେ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ନାଲି ଆଖି ଦେଖାଇଛି ୟୁଜିସି |