
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସେକ୍ସନ ଅଫିସର । ଜବତ ଟ୍ରାକ୍ଟର ଛାଡ଼ ଲାଗି ନେଉଥିଲେ ୩୫ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର । ତେବେ ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର କିଶୋର ଖର୍ସେଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜବତ ଟ୍ରାକ୍ଟରକୁ ଛାଡିଦେବା ପାଇଁ ମାଲିକଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । କାର୍ୟ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁକରି ତାଙ୍କ ଠାରୁ କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି । ଆଗଲପୁର ବ୍ଲକ ବିନ୍ଧାପାଲି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ କୁକୁଡା ଫାର୍ମ ମରାମତି ପାଇଁ ନଈରୁ ବାଲି ନେଉଥିବା ବେଳେ ବେଆଇନ ବାଲି ଚାଲାଣ ନେଇଆରଆଇ ଟ୍ରାକ୍ଟର ଜବତ କରି ୧ଲକ୍ଷ ୧୫ ହଜାର ଟଙ୍କା ଫାଇନ କରିଥିଲେ ।
ଫାଇନ୍ ଡିପୋଜିଟ୍ କଲେ ଜବତ ଟ୍ରାକ୍ଟର ଛଡାଯିବ ବୋଲି ସେକ୍ସନ ଅଫିସର କହିଥିଲେ । ନଚେତ ୪୫ହଜାର ଟଙ୍କା ଲାଞ୍ଚ ଦେଲେ ଛଡାଯିବ ବୋଲି କହିଥିଲେ । ଏନେଇ ଟ୍ରାକ୍ଟର ମାଲିକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଗତକାଲି ସଂଧ୍ୟା ସମୟରେ ୩୫ ହଜାର ଲାଞ୍ଚ ଦେଉଥିବାଳେ ଭିଜିଲାନ୍ସ କାବୁ କରିଥିଲା ।ଗିରଫ୍ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀଶାଳପଡାଠାରେ ଥିବା ସରକାରୀ କ୍ୱାର୍ଟରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।