ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବେଆଇନ କରତକଳ ଉପରେ ଚଢାଉ। ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ ମୂଲ୍ୟବାନ କାଠ ଜବତ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବନ ବିଭାଗ ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଭାବରେ ଚଢାଉ କରିଛି।

ସୂଚନା ଅନୁସାରେ, ଜଳେଶ୍ୱର ବନବିଭାଗ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ କରତକଳ ଚାଲି ଆସୁଥିଲା ବେଳେ ଏନେଇ ବାଲେଶ୍ୱର ଭିଜିଲାନ୍ସ ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏନେଇ ଆଜି ଭିଜିଲାନ୍ସ ଏସପି ନରେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଡିସନାଲ ଜିଲ୍ଲାପାଳ ବିଶ୍ଵନାଥ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ମିଳିତ ଭାବରେ ୩୫ଜଣିଆ ଟିମ୍ ଜଳେଶ୍ୱର ଗୋପ ଅଂଚଳରେ ଦୀର୍ଘ ଦିନ ଚାଲି ଆସୁଥିବା ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ପାଖାପାଖି ୫ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ ହୋଇଥିଲା। ତେବେ ବନ ବିଭାଗ ବାରମ୍ବାର ଚଢ଼ାଉ କରି ବେଆଇନ କରତକଳର ଯନ୍ତ୍ରାଂଶ ଜବତ କରୁଥିବା ବେଳେ ସେ ଗୁଡିକ କୁଆଡେ ଯାଉଛି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।