ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ

ବାରିପଦା(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ବାରିପଦା ମ୍ୟୁନିସିପାଲିଟି ଓ୍ବାର୍କ୍ସ ଡିପାର୍ଟମେଣ୍ଟ । ବାରିପଦା ସହରରେ ଥିବା ବିଭିନ୍ନ ପାର୍କର ଆୟବ୍ୟୟ ଏବଂ ପାର୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଭିଜିଲାନ୍ସ ସ୍କାନରରେ ବାରିପଦା ପୌର ପରିଷଦର ଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀଙ୍କ କାର୍ଯ୍ୟାଳୟ । ପୂର୍ବରୁ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ଥିଲା । ବାରିପଦା ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛନ୍ତି। ସେପଟେ ବହୁଦିନ ଧରି ବାରିପଦା ପୌରପାଳିକାର କାର୍ଯ୍ୟାଳୟର କାର୍ଯ୍ୟ ଓ କାର୍ଯ୍ୟକାରୀ ଅଧିକାରୀମାନେ ବିବାଦରେ ଥିଲେ ।

ଯାହାଫଳରେ ବାରିପଦା ପୌରପାଳିକା ଅଫିସରେ ଦେଖିବାକୁ ମିଳିଛି ଭିଜଲାନ୍ସ ଟିମ୍ । ପୌରପାଳିକା ଅଧୀନରେ ଥିବା ପାର୍କଗୁଡିକର କାର୍ଯ୍ୟ, କାର୍ଯ୍ୟ ହେଉଥିବା ଟଙ୍କା ଉପରେ ଆଖି ରହିଥିଲା ସମସ୍ତଙ୍କର। ହେଲେ ମୁହଁ ସମସ୍ତଙ୍କର ବନ୍ଦ ଥିଲା। ପାର୍କ ଗୁଡିକ ଉପରେ ଭିଜିଲାନ୍ସ ଟିମଙ୍କ ପ୍ରଶ୍ନ ଘେରରେ ବାରିପଦା ପୌରପାଳିକାର ଅଧିକାରୀ । ସେପଟେ ଅଧିକାରୀମାନଙ୍କୁ ପଚରାଉଚରା ଓ ତଦନ୍ତ କରାଯାଉଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବାପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts