ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିଧାୟକ ଶ୍ରୀ ଦାସଙ୍କ ଆବଦେନକୁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ବିବାହ ପଞ୍ଜୀକରଣ ଅଧିକାରୀ ଖାରଜ କରିଥିବା ମଙ୍ଗଳବାର ଜଣାପଡ଼ିଛି। ବିବାହ ଆବେଦନରେ ତ୍ରୁଟି ଦର୍ଶାଇ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି। ଫଳରେ ବିଧାୟକ ବିଜୟ ଶଙ୍କର ଏବେ ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ କରିପାରିବେ ନାହିଁ।

ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ବିବାହ ପାଇଁ କଟକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ବାନ୍ଧବୀ ପ୍ରତ୍ୟୁଷା ନନ୍ଦଙ୍କୁ ସେ ବିବାହ କରିବା ପାଇଁ ଆବେଦନ ପତ୍ରରେ ଦର୍ଶାଇଥିଲେ। କିନ୍ତୁ ବିଜୟ ଶଙ୍କରଙ୍କ ଆବେଦନ ପତ୍ରରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଥିବା ଦର୍ଶାଇ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟର ଅଧିକାରୀ ଖାରଜ କରିଦେଇଛନ୍ତି। ବିଜୟ ଶଙ୍କରଙ୍କ ପକ୍ଷରୁ ଆବେଦନ ପତ୍ରରେ ପ୍ରତ୍ୟୁଷା ନନ୍ଦ ଅବିବାହିତ ବୋଲି ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ପୂର୍ବତନ ବନ୍ଧନୀ ସୋମାଲିକା ଦାସ ପ୍ରତ୍ୟୁଷାଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ। ବିଜୟ ଶଙ୍କର ଓ ସୋମାଲିକାଙ୍କୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ବିଧାୟକ ବିଜୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ କରିଥିବା ଆବେଦନ ଆଗକୁ ଅଡ଼ୁଆ ସୃଷ୍ଟି କରିବ ବୋଲି ମଧ୍ୟ ଆଶଙ୍କା କରାଯାଉଥିଲା।

Related Posts