ଉତ୍ତର ପ୍ରଦେଶରେ ନମାଜ ପରେ ହିଂସା; ହିଂସା କାଣ୍ଡ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି, ଏବେ ସୁଦ୍ଧା ୨୩୦ ଗିରଫ: ଏଡିଜି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶରେ ନମାଜ ପରେ ହିଂସା କାଣ୍ଡ କରିଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଏହି ମାମଲାରେ ଲଗାତାର ଗିରଫ କରି ପୋଲିସ ଏବେ ସୁଦ୍ଧା ୨୩୦ ଜଣଙ୍କୁ ଗିରଫ କରିସାରିଛି। ସେପଟେ ଉତ୍ତରପ୍ରଦେଶର ଏଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି କାଲି ଯେଉଁ ଘଟଣା ହୋଇଛି ଏଥିରେ କିଛି ଅଞ୍ଚଳରେ କିଛି ଲୋକମାନେ ଶାନ୍ତି ଭଙ୍ଗ କରିବା ପାଇଁ ଚେଷ୍ଠା କରିଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯାଉଛି।

ଏବେ ସୁଦ୍ଧା ଏହି ମାମଲରେ ୨୩୦ ଜଣଙ୍କୁ ଗିରଫ କରାଯାଇଛି। ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ହିଂସାକାଣ୍ଡ ହୋଇଥିବା ଜାଗାକୁ ପୋଲିସ ଲାଗାତାର ଗସ୍ତ କରୁଛି। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା ଧାରା ଅଧୀନରେ ଏତଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆଇନ ଅଧୀନରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କ ସମ୍ପତ୍ତିକୁ ଜବତ କରାଯିବ ବୋଲି କହିଛନ୍ତି ।

Related Posts