ଦୁର୍ବଳ ଶ୍ରେଣୀର ବ୍ଯକ୍ତିଙ୍କୁ ଦ୍ବିତୀୟ ବୁଷ୍ଟର ଡୋଜ ଦେବା ଉପରେ ବିଚାର ବିମର୍ଶ କରିବାକୁ WHO ର ପରାମର୍ଶ

ଜେନେଭା: ସମଗ୍ର ବିଶ୍ବକୁ କବଳିତ କରି ରଖିଥିବା ମହାମାରୀ କରୋନା ନିଜ ପ୍ରକୋପ ଜାରୀ ରଖିଛି । କରୋନା ପ୍ରତିରୋଧକ ଟୀକା ନେବା ପରେ ବି କରୋନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇନାହିଁ । ଟୀକା ନେବା ପରେ ମଧ୍ୟ ସଂକ୍ରମିତ ହେଉଥିବା ନଜିର ରହିଛି । ତେବେ ଏହାରି ମଧ୍ୟରେ who ବୃଦ୍ଧ, ଗର୍ଭବତୀ, ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏବଂ ଅଧିକ ରୋଗ ହେବାର ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ Covid-19 ଭ୍ୟାକ୍ସିନ ବୁଷ୍ଟର ଦେବା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଛି ।

ଅଧିକାଂଶ COVID-19 ଭ୍ୟାକ୍ସିନ ପ୍ରାଥମିକ ସ୍ତରରେ ଦୁଇଟି ଡୋଜ ତିଆରି ହୋଇଥାଏ, ୟୁମୁନୋ ରେସପନ୍ସ ରେ ଉନ୍ନତି ଆଣିବା ପାଇଁ ପ୍ରଥମ ବୁଷ୍ଟର୍ ପ୍ରାୟ ଚାରିରୁ ଛଅ ମାସ ପରେ ଦିଆଯାଇଥାଏ । ଅନେକ ଦେଶ COVID ବିରୋଧରେ ଦ୍ୱିତୀୟ ବୁଷ୍ଟର୍ ଡୋଜ୍ ପ୍ରସ୍ତୁତ କରିଥିବାବେଳେ WHO ଏପର୍ଯ୍ୟନ୍ତ ଏହାକୁ ସୁପାରିଶ କରି ନାହିଁ । କିନ୍ତୁ ଗତ ସପ୍ତାହରେ ଏକ ବୈଠକ ପରେ, ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗୃପ୍ ଅଫ୍ ଏକ୍ସପର୍ଟସ୍ (SAGE) COVID ବିରୋଧରେ ଚତୁର୍ଥ ଡୋଜ୍ ବା ଦ୍ୱିତୀୟ ବୁଷ୍ଟର୍ ଡୋଜ୍ ଦେବାକୁ ସୁପାରିଶ କରିଛନ୍ତି । ତେବେ ଏହି ଦ୍ବିତୀୟ ବୁଷ୍ଟର ଡୋଜ କେବଳ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଦେବାକୁ କହିଛି WHO ।SAGE ଏକ ବିବୃତ୍ତିରେ କହିଛି ଯେ, କୋଭିଡ ଭ୍ୟାକ୍ସିନର ଦ୍ବିତୀୟ ବୁଷ୍ଟର ଡୋଜ ପ୍ରଭାବଶାଳୀ ରହୁଛି । ସାମ୍ପ୍ରତିକ ଟିକାର ପ୍ରଭାବ କିଛି ମାସ ମଧ୍ୟରେ ବିଶେଷ ଭାବରେ ହ୍ରାସ ପାଇଥାଏ । ତେଣୁ Omicron କୁ ଦୃଷ୍ଟିରେ ରଖି ଦ୍ୱିତୀୟ ବୁଷ୍ଟରର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟ ଡୋଜ ବା ବୁଷ୍ଟର ଡୋଜର ଚାରିରୁ ଛଅ ମାସ ପରେ କିମ୍ବା ଯଥାଶୀଘ୍ର ଦ୍ୱିତୀୟ ବୁଷ୍ଟର୍ ପ୍ରଦାନ କରାଯିବା ଉଚିତ୍ ବୋଲି WHO କହିଛି । WHO ଆହୁରି ସୁପାରିଶ କରିଛି ଯେ, ଦେଶଗୁଡ଼ିକ ମୌସୁମୀ ଫ୍ଲୁ ଟୀକା ସହିତ କୋଭିଡ୍ -19 ଟୀକା ଦେବା ଉପରେ ମଧ୍ୟ ବିଚାର ବିମର୍ଶ କରିବା ଉଚିତ ।

Related Posts