କିଏ ଦେଲା ସାଲୁଜାଙ୍କୁ ହତ୍ୟା ଧମକ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ହତ୍ୟା ଧମକ ନେଇ ସହରର ଦୁଇଟି ସ୍ଥାନରେ ବ୍ୟାନର ଲାଗିଛି। ଏଥିରେ ଜଣେ ଯୁବକଙ୍କ ଫଟୋ ସହିତ ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ଉଲ୍ଲେଖ ରହିଛି। କଣ୍ଟାବାଞ୍ଜି ପୁଲିସ ଏହି ବ୍ୟାନରକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ କିଏ ଓ କାହିଁକି ସନ୍ତୋଷ ସିଂ ସାଲୁଜାଙ୍କୁ ଧମକ ଦେଇ ଏଭଳି ବ୍ୟାନର ଲଗାଇଛି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ସେପଟେ ଏନେଇ ସାଲୁଜାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ|

ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ବାହାରେ ଥିବା ଏକ ଦୋକାନରେ ବ୍ୟାନର ଲାଗିଛି। ବ୍ୟାନର ଧଳା ରଙ୍ଗର ଥିବା ବେଳେ ଏଥିରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖା ରହିଛି। ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବା ବେଳେ କଣ୍ଟାବାଞ୍ଜି ପୁଲିସ ବ୍ୟାନର ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Related Posts