ଚାଷୀଙ୍କ କେସ୍ କୋର୍ଟରେ କିଏ ଲଢିବ ? ଓକିଲ ପ୍ୟାନେଲକୁ ନେଇ ଏଲଜି ଓ କେଜରିୱାଲ ସରକାର ମୁହାଁମୁହିଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୬ ଜାନୁଆରୀ ଲାଲକିଲ୍ଲା ହିଂସା ମାମଲାରେ କୋର୍ଟରେ କୃଷକଙ୍କ ପକ୍ଷରୁ କିଏ କେସ୍ ଲଢିବ, ଏବେ ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳ ଅନିଲ ବୈଜଲ। ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଓକିଲଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରି ମଞ୍ଜୁରୀ ପାଇଁ ଏଲଜିଙ୍କ ନିକଟକୁ ପଠାଇଥିଲେ। କିନ୍ତୁ, ଏଲଜି ଏହାକୁ ଖାରଜ କରି ନିଜ ପକ୍ଷରୁ ଏକ ନୂତନ ତାଲିକା ଦିଲ୍ଲୀ ସରକାରଙ୍କ ପାଖକୁ ପଠାଇଛନ୍ତି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ଏଲଜିଙ୍କ ତାଲିକା ଖାରଜ କରିଦେଇଛନ୍ତି। 

      କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ AAP ସରକାରଙ୍କ ଦ୍ୱାରା ନିଯୁକ୍ତ ଓକିଲମାନଙ୍କର ଏକ ପ୍ୟାନେଲ୍ ମାମଲା ଲଢିବ । ଏହାକୁ ନେଇ ପୁଣି ଥରେ ଦିଲ୍ଲୀ ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ପୋଲିସ ସୁପାରିଶ କରିଥିବା ତିନିଜଣ ଓକିଲଙ୍କ ଅନ୍ୟ ଏକ ପ୍ୟାନେଲକୁ କ୍ୟାବିନେଟ ମଧ୍ୟ ମନା କରିଦେଇଛି। ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଦିଲ୍ଲୀ ପୋଲିସ ପ୍ୟାନେଲକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ସରକାର ଏଲଜିଙ୍କ ମାଧ୍ୟମରେ କ୍ୟାବିନେଟ ଉପରେ ଚାପ ପକାଉଛନ୍ତି ।

  “ଦେଶର ଚାଷୀଙ୍କୁ ସହାୟତା କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ।  ଆମେ କୌଣସି ଅନୁଗ୍ରହ କରିନାହୁଁ ଏବଂ କେବଳ ଦେଶର କୃଷକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିଛୁ।  କୃଷକମାନେ ଅପରାଧୀ କିମ୍ବା ଆତଙ୍କବାଦୀ ନୁହଁନ୍ତି, ସେମାନେ ଆମର ଅନ୍ନଦାତା ବୋଲି କ୍ୟାବିନେଟ ନିଷ୍ପତ୍ତି ନେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି। ଏହି ନିଷ୍ପତ୍ତିକୁ ଏଲଜିଙ୍କୁ ଜଣାଇ ଦିଆଯାଇଛି ଯିଏ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରନ୍ତି। GNCTD (ସଂଶୋଧନ) ଅଧିନିୟମ, 2021 ପରଠାରୁ ସଂସଦ ଦ୍ବାରା LG ଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ପରଠାରୁ ଏହା ପ୍ରଥମ ଉଦାହରଣ ହେବ।

 ସେହିଭଳି ବିବାଦ ପରେ ଦିଲ୍ଲୀ ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ମାମଲା ପାଇଁ ଦିଲ୍ଲୀ ପୋଲିସ ଦ୍ୱାରା ପରାମର୍ଶ ଦେଇଥିବା ୬ ଜଣ ଓକିଲଙ୍କ ଏକ ପ୍ୟାନେଲକୁ ଗତ ବର୍ଷ ଏଲଜି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ସୂଚିତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ନିର୍ବାଚିତ ସରକାର ଏହି ପ୍ରସଙ୍ଗରେ କଣ କରିବେ ତାହା ସ୍ଥିର କରିବାର ଅଧିକାର ଏଲଜି ପାଖରେ ନାହିଁ।  “AAP ସରକାର କରୁଥିବା ସମସ୍ତ କାର୍ଯ୍ୟ ଉପରେ ଭିଟୋ ପ୍ରୟୋଗ କରିବାର LGଙ୍କର ଏହି ଅଭ୍ୟାସ ଗଣତନ୍ତ୍ର, ସମ୍ବିଧାନ ବିରୋଧୀ ଏବଂ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ନିଷ୍ପତ୍ତି ବିରୁଦ୍ଧରେ।  

 ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଆଇନ ବ୍ୟବସ୍ଥାର ଅଖଣ୍ଡତା ରକ୍ଷା କରିବା ପାଇଁ ଯେଉଁଠାରେ ଯାଞ୍ଚକାରୀ ସଂସ୍ଥା ଏବଂ ଓକିଲମାନେ ପରସ୍ପରଠାରୁ ସ୍ୱାଧୀନ ହେବା ଆବଶ୍ୟକ, ସେଥିପାଇଁ ଗୃହମନ୍ତ୍ରୀ ଜୈନ ଅନୁମୋଦନ ଦେବାକୁ ମନା କରିଦେଇଥିଲେ।

 ଜୁଲାଇ ୧ ରେ ଏକ ବୈଠକରେ ଆପ୍ ସରକାର ଏବଂ ଏଲଜି ସେମାନଙ୍କ ମତଭେଦ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଯେଉଁଠାରେ ଏଲଜି ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମନ୍ତ୍ରୀ ପରିଷଦର ଏକ ବୈଠକ ଡକାଇ ଶୀଘ୍ର ପୁନର୍ବିଚାର ଏବଂ ନିଷ୍ପତ୍ତି ନେବାକୁ ଅନୁରୋଧ କରାଯାଇଥିଲା। 

 AAP ସରକାର କହିଛନ୍ତି ଯେ ଜୁଲାଇ ୧ ରେ ହୋଇଥିବା ବୈଠକରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଓକିଲମାନେ ସକ୍ଷମ ଏବଂ ଭଲ କାମ କରିବାକୁ ଏଲଜି ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି। 

 ଧାରା 239AA (4) ଅନୁଯାୟୀ, ଏଲଜି ଏହି ମାମଲାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ ଏବଂ ଦର୍ଶାଇଛନ୍ତି ଯେ ତାଙ୍କ ଏବଂ ନିର୍ବାଚିତ ସରକାରଙ୍କ ମଧ୍ୟରେ ମତଭେଦ ରହିଛି।  ଦିଲ୍ଲୀର ପାୱାର ଟସଲ୍ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଦର୍ଶାଇ AAP ସରକାର କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏହା କେବଳ ବିରଳ କ୍ଷେତ୍ରରେ କରିପାରିବେ ଏବଂ ଯଦି LG ନିୟମିତ ଭାବରେ ଶକ୍ତି ପ୍ରୟୋଗ କରନ୍ତି ତେବେ ଗଣତନ୍ତ୍ର ବଞ୍ଚିବ ନାହିଁ। ଏହା ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଟଣା ଓଟରା ସ୍ଥିତି ଲାଗି ରହିଥିଲା।

Related Posts