ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ଜିତୁ ମୁଣ୍ଡାଙ୍କୁ ନେଇ ଚର୍ଚ୍ଚା । ଏହା ମଧ୍ୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କୁ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଚିଠି ଲେଖିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ରାଜନୀତି ବେଶ୍ ସରଗରମ । ଏପଟେ ନବୀନ ପଟ୍ଟନାୟକଙ୍କ ଚିଠି ଲେଖିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଥିବାର ଦେଖିବାକୁ ମିଳିଛି । ତେବେ ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ।
ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି ବୋଧେ। ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା। ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା। ପୃଥ୍ବୀରାଜ କହିଛନ୍ତି, ନବୀନ ହେଉଛନ୍ତି ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡ଼ା ସେ ଅଧିକ କିଛି କରିପାରିବେନି ବୋଲି କହିଛନ୍ତି ।
