ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱ ଆମେରିକା – ଇରାନ ଯୁଦ୍ଧକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ଏହା ମଧ୍ୟରେ ପୁଣିଥରେ ଆମେରିକା ସହିତ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଇରାନର ସେନାବାହିନୀ ପକ୍ଷରୁ କୁହାଯାଇଛି। ଆମେରିକା କୌଣସି ବୁଝାମଣା କିମ୍ବା ଚୁକ୍ତି ପ୍ରତି ପ୍ରତିଶ୍ରୁତିବଦ୍ଧ ନଥାଏ ବୋଲି ପ୍ରମାଣ ରହିଥିବା ଇରାନର ସେନାବାହିନୀ ପକ୍ଷରୁ କୁହାଯାଇଛି। ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରଦତ୍ତ ଏକ ବିବୃତିରେ ସାମରିକ ମୁଖ୍ୟାଳୟର ଡେପୁଟି ମହମ୍ମଦ ଜାଫର ଆସାଦି ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଆମେରିକା ଅଧିକାରୀଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ ଏବଂ ବିବୃତି କୂଟନୈତିକ ବୁଝାମଣା ପ୍ରତି ପ୍ରତିବଦ୍ଧତାର ଅଭାବକୁ ସୂଚିତ କରୁଛି।

ଅସାଦି କହିଛନ୍ତି, ଆମେରିକା ଅଧିକାରୀଙ୍କ ବିବୃତି ଗଣମାଧ୍ୟମ ଦ୍ୱାରା ପରିଚାଳିତ। ଏହାର ଲକ୍ଷ୍ୟ ମୁଖ୍ୟତଃ ତୈଳ ଦର ହ୍ରାସକୁ ରୋକିବା ଏବଂ ଦ୍ୱିତୀୟତଃ ସେମାନେ ସୃଷ୍ଟି କରିଥିବା ବିଶୃଙ୍ଖଳାରୁ ନିଜକୁ ମୁକ୍ତ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ସଶସ୍ତ୍ର ବାହିନୀ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଓ ଯେକୌଣସି ଉତ୍ତେଜନାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି।