ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆହୁରି ସଶକ୍ତ ହେବେ ମହିଳା । ଖାସ କରି ମିଶନ ଶକ୍ତି ଅଭିଯାନ ମାଧ୍ୟମରେ ମହିଳା ସଶକ୍ତିକରଣ ସବୁଠୁ ବଡ ଲକ୍ଷ୍ୟ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ପଞ୍ଚାୟତରାଜି ଜନପ୍ରତିନିଧି ଟ୍ରେନିଂ କାର୍ୟ୍ୟକ୍ରମରେ ସୁଜାତା ମିଶନ ଶକ୍ତିର ଭବିଷ୍ୟତ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେଇଛନ୍ତି । ଏହାଛଡା ମିଶନ ଶକ୍ତି ମହିଳା ମାନେ କିଭଳି ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହାର ଉଦାହରଣ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ସୁଜାତା । ସୁଜାତା କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଶନ ଶକ୍ତି ପାଇଁ ଆଗକୁ ଅନେକ ଯୋଜନା ରହିଛି । ଯାହା ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ ଓ ସଶକ୍ତ କରିବ । ପ୍ରତ୍ୟେକ ମହିଳାଙ୍କୁ ନିଜର ଏକ ପରିଚୟ ଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ।
ଯାହାକୁ ଏବେ ଆଗେଇ ନେଉଛି ମିଶନ ଶକ୍ତି । ଏହାସହ ସୁଜାତା କହିଛନ୍ତି, ଆଗକୁ ମିଶନ ଶକ୍ତି ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡରେସନ ଗଠନ ହେବ ।ଏହା ଜରିଆରେ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ମିଶନ ଶକ୍ତି ଜରିଆରେ ୬୮୦୦ କୋଟି ଋଣ ମହିଳାଙ୍କ ପାଖକୁ ଯାଇଛି । ଏବର୍ଷ ୯ ହଜାର କୋଟି ପାଇଁ ଯୋଜନା କରାଯାଇଛି ।୫ ବର୍ଷରେ ମିଶନ ଶକ୍ତି ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର । ବିଦେଶରେ ବି ବିକ୍ରି ହେବ ଓଡ଼ିଶା ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫୦୦ ମିଶନ ଶକ୍ତି କାଫେ । ଲାଇନ ମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଝଐଏ ମହିଳାଙ୍କୁ ଦିଆଯିବ ଲାଇନ ମ୍ୟାନ ଟ୍ରେନିଂ ।





