ମେଡେନ୍ ଫାର୍ମା ର ୪ କଫ୍ ସିରପ ଉପରେ ବ୍ୟାନ ଲଗାଇଲା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୁଧବାର ଦିନ ଭାରତର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ଦ୍ୱାରା ନିର୍ମିତ ଚାରିଟି କାଶ ଏବଂ ଥଣ୍ଡା ସିରପ ଉପରେ ପ୍ରତିବନ୍ଧକ ଲାଗାଇଛି। ଏହି ସିରପ ଗୁଡିକ ଗମ୍ଭୀର କିଡନୀ ଆଘାତ ଏବଂ ଗାମ୍ବିଆରେ ମୃତ୍ୟୁ ମୁଖରେ ପଡ଼ିଥିବା ୬୬ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଦାୟୀ ଦର୍ଶାଇ ‘ହୁ’ ପକ୍ଷରୁ ଏଗୁଡ଼ିକ ଉପରେ ଡାକ୍ତରୀ ଉତ୍ପାଦ ଆଲର୍ଟ ଜାରି କରିଛି।

ଭାରତର କମ୍ପାନୀ ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସହ ଏହାରି ଉପରେ ଅଧିକ ଅନୁସନ୍ଧାନ ଚାଲିଥିବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହି ପ୍ରତିବନ୍ଧକ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts