ଜଗତସିଂହପୁର : ଆଖି ବୁଜିଲେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ । ୧୦୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ହୋଇଛି।

୧୭ ଜୁନ୍ ୧୯୧୭ ମସିହାରେ ଜଗତସିଂହପୁର ଜିଲ୍ଲା ଭଗବାନ ସିଣ୍ଢଳ ଗାଁରେ ପିତା ଘନଶ୍ୟାମ ଦାସ ଓ ମାତା ବେଲ ଦେଇଙ୍କ କୋଳ ମଣ୍ଡନ କରିଥିଲେ ବିଶ୍ଵନାଥ । ପରେ ସେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ୧୬ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ଥର କାରାବରଣ କରିଥିଲେ ବିଶ୍ଵନାଥ ।

ଦୁଇ ଦୁଇ ଥର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ସହ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ ବିଶ୍ଵନାଥ ।