
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ଟିକା ନେବା ପାଇଁ ଆହୁରି ସରଳ ହେଲା ସ୍ଲଟ ବୁକିଂ କରିବା ପ୍ରକ୍ରିୟା। ଯଦି ଆପଣ ସ୍ଲଟ୍ ଖୋଜିବାରେ ଅସମର୍ଥ ହେଉଛନ୍ତି, ତେବେ ଅନେକ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ଟିକା ପାଇଁ ସ୍ଲଟ ବୁକିଂ କରିପାରିବେ। ଏହା ମଧ୍ୟରୁ ଗୋଟିଏ ହେଉଛି ହ୍ୱାଟସଆପ୍। ଏଣିକି ହ୍ୱାଟସଆପ୍ରେ ଆପଣ ଟିକା ପାଇଁ ସ୍ଲଟ୍ ବୁକିଂ କରିପାରିବେ।
ପୂର୍ବରୁ ହ୍ୱାଟସଆପ୍ରୁ କେବଳ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାର ପ୍ରାବଧାନ ଥିଲା। ଏଥିପାଇଁ ସେମାନଙ୍କୁ MyGov ହେଲ୍ପଡେସ୍କକୁ ଏକ ମେସେଜ ପଠାଇବାକୁ ପଡ଼ୁଥିଲା ଓ ଏହାପରେ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାକୁ ଅନୁମତି ମିଳୁଥିଲା। ଏବେ ଲୋକମାନଙ୍କୁ ଟିକାର ସ୍ଲଟ୍ ବୁକ୍ କରିବାକୁ ହ୍ୱାଟସଆପ୍ରେ ଅନୁମତି ଦିଆଯାଇଛି।
ହ୍ୱାଟସଆପ୍ ଉପଭୋକ୍ତାମାନେ MyGovର ନମ୍ବରକୁ ବୁକ୍ ସ୍ଲଟ୍ ପଠାଇ ପାରିବେ ଓ ଏହାପରେ ଟିକାର ସ୍ଲଟ୍ ବୁକ ପାଇପାରିବେ। MyGov ସିଇଓ ଅଭିଷେକ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , “MyGov କରୋନା ହେଲ୍ପଡେସ୍କ ଗୋଟିଏ ଟେକ୍ନୋଲଜିକାଲ ସଲ୍ୟୁସନ ପ୍ରୋଗ୍ରାମ। ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କୁ ଉପକୃତ ହେଉଛନ୍ତି।”
କେମିତି କରିବେ ସ୍ଲଟ ବୁକିଂ?
ପ୍ରଥମେ ନିଜ ଫୋନରେ MyGov କରୋନା ହେଲ୍ପଡେସ୍କ ନମ୍ବର 9013151515 ସେଭ କରିବାକୁ ପଡ଼ିବ। ଏହା ପରେ ହ୍ୱାଟସଆପ୍ରେ ଚାଟ୍ ୱିଣ୍ଡୋ ଖୋଲନ୍ତୁ। ଏଠାରେ ବୁକ୍ ସ୍ଲଟ୍ ଲେଖି ସେଣ୍ଡ ବା ପଠାନ୍ତୁ। ଏହା ପରେ MyGovରୁ ଆପଣଙ୍କ ପାଖରୁ ୬ ଅଙ୍କ ବିଶିଷ୍ଟ ଗୋଟିଏ ଓଟିପି ଆସିବ। ଏହାକୁ ହ୍ୱାଟସଆପ୍ରେ ଟାଇପ କରିବେ। ଏହାପରେ ଏକ ଲିଙ୍କ ଆସିବ। ଏହାକୁ କ୍ଲିକ କରି ଆପଣ ନିଜ ପସନ୍ଦର ତାରିଖ, ସ୍ଥାନ ଓ କେଉଁ ଟିକା ନେବାକୁ ଚାହୁଁଛନ୍ତି, ତା’ହା ବୁକ କରିପାରିବେ।