
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅପରେସନ୍ ସିନ୍ଦୁରରେ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କୀ ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ନିହତ । ତେବେ କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି । ସେପଟେ ଅପରେସନ୍ ସିନ୍ଦୁର ଅଧୀନରେ ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକି କରିଥିଲା ଭାରତୀୟ ବାୟୁସେନା ।
ଏହି ଆକ୍ରମଣରେ ମାସୁଦ ଆଝାରର ୧୦ ପରିବାର ସଦସ୍ୟ ନିହତ ହୋଇଥିଲେ । କିଛି ରିପୋର୍ଟରେ ଆଝାର ଗୁରୁତର ଆହତ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବୁଧବାର ତାଙ୍କୁ ଆତଙ୍କବାଦୀଙ୍କ ଶବଦାହରେ ପ୍ରାର୍ଥନା କରୁଥିବାର ଦେଖାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ବର୍ତ୍ତମାନ ସୂଚନା ମିଳିଛି ।