ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ ଶ୍ରୀମନ୍ଦିରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତେବେ ଜଗା ଦର୍ଶନ ପାଇଁ ଆଗୁଆ ବୁକିଂ ହେବ । ଉଭୟ ଲାଇନ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବା ପାଇଁ ଆମେ ଯୋଜନା କରୁଛୁ। ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁ ମାନେ କିଭଳି ନିର୍ଦ୍ଦିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି। ସ୍ୱତନ୍ତ୍ର ହୋଲଡିଂ ଏରିଆରେ ସ୍ଲଟ ବୁକିଂ ମାଧ୍ୟମରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ମ୍ୟାନେଜିଂ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ ବୁକିଙ୍ଗକୁ ନେଇ ନିଷ୍ପତ୍ତି ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
