ଅପରେସନ ସିନ୍ଦୁର ପରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଅପରେସନ ସିନ୍ଦୁର ପରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ । ଯେଉଁଥିରେ ସ୍ଥଳ ସେନା, ବାୟୁସେନା, ନୌସେନାର ମୁଖ୍ୟଙ୍କ ସହ କରିଛନ୍ତି ଆଲୋଚନା । ସେପଟେ ଆତଙ୍କୀ ଠିକଣାରେ ଆକ୍ରମଣ ନେଇ ସକାଳ ୧୦ ଟା ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯିବ । ଯେଉଁଥିରେ ଆତଙ୍କୀ ଠିକଣାରେ ଆକ୍ରମଣ ନେଇ ସବିଶେଷ ତଥ୍ୟ ଦିଆଯାଇପାରେ । ସେପଟେ ଗତ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା । ଯେଉଁଥିରେ ୨୮ ଜଣ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ତେବେ ଭାରତରେ ଆତଙ୍କବାଦୀଙ୍କ ଏଭଳି ବର୍ବରତା ପରେ ଆକ୍ସନମୋଡ଼କୁ ଆସିଥିଲେ ଭାରତୀୟ ସରକାର । ଲଗାତର ଭାବେ ଆତଙ୍କୀଙ୍କ ଠିକଣା ଉପରେ ନଜର ରଖିଥିଲେ । ଶେଷରେ ମଙ୍ଗଳବାର ବିଳମ୍ବିତ ରାତି ( ମେ ୭)ରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତୀୟ ସେନା । ଯେଉଁଥିରେ ୯ ଆତଙ୍କୀଙ୍କ ଆଡ୍ଡା ଉପରେ ହୋଇଛି ଏୟାରଷ୍ଟ୍ରାଇକ୍‌ ।

ମିଳିଥିବା ତଥ୍ୟ ଅନୁସାରେ ୯୦ ଆତଙ୍କୀ ନିହତ ହୋଇଥିବାର ସୂଚନା ମିଳିଛି । ଅପରେସନ ସିନ୍ଦୂର ଆଧାରରେ ଭାରତ ବହାବଲପୁର, ମୁରିଦକେ, ଗୁଲପୁର, ଭୀମବର, ଚକ ଅମରୁ, ବାଗ, କୋଟଲି, ସିୟାଲକୋଟ ଓ ମୁଜଫରାବାଦରେ ସ୍ଥିତ ୯ଟି ଆତଙ୍କୀ ଶିବିରକୁ ଟାର୍ଗେଟ୍ କରାଯାଇଛି ।

Related Posts