ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ: ୯ ପିଲାଙ୍କ ସମେତ ୧୯ ମୃତ: ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ | ଏହି ଅଗ୍ନିକାଣ୍ଡରେ ୯ଜଣ ପିଲାଙ୍କ ସମେତ ୧୯ଜଣଙ୍କର ମୃତ୍ୟୁ ଘଟିଛି | ଏଥିସହ ୧୩ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି |

ଅଧିକାଂଶ ପୀଡ଼ିତ ଧୂଆଁରେ ରୁନ୍ଧି ହୋଇ ଅସୁସ୍ଥ ହୋଇପଡ଼ିଥିବା କଥା ‘ଏଫ୍‌ଡିଏନ୍‌ୱାଇ’ କମିସନର୍‌ ଡାନିଏଲ୍‌ ନିଗ୍ରୋ ସେଦିନ ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

‘ଏଫ୍‌ଡିଏନ୍‌ୱାଇ’ କହିବା ଅନୁସାରେ, ଇଷ୍ଟ୍‌ ୧୮୧ତମ ଷ୍ଟ୍ରିଟ୍‌ରେ ଅବସ୍ଥିତ ୧୯ ତାଲାବିଶିଷ୍ଟ ବ୍ରୋଙ୍କ୍‌ସ୍‌ଙ୍କ ‘ଟୁଇନ୍‌ ପାର୍କ’ ଆପାର୍ଟମେଣ୍ଟ୍‌ରେ ଲାଗି ଥିବା ନିଆଁ ଲିଭାଇବା ପାଇଁ ପ୍ରାୟ ୨୦୦ ଦମକଳ କର୍ମଚାରୀ ନିୟୋଜିତ ହୋଇଥିଲେ।

ଦମକଳବାହିନୀ ଆପାର୍ଟମେଣ୍ଟ୍‌ର ପ୍ରତି ତାଲା ଓ ଶିଡ଼ିରେ ପୀଡ଼ିତମାନଙ୍କୁ ଦେଖିଥିଲେ ଏବଂ ହୃଦ୍‌ଘାତ ଏବଂ ଶ୍ବାସକ୍ରିୟା ବନ୍ଦ ହୋଇଯିବା ପରିସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିଥିଲେ।

ଏଯାବତ୍‌ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Related Posts