
ରାଜ୍ୟରେ ଏବେ ଶୀତର ଲହର ସାଙ୍ଗକୁ କୁହୁଡି ପଡୁଥିବା ଦେଖିବାକୁ ମିଳିଛି | ସକାଳ ୮ ଟା ଯାଏଁ ରାସ୍ତା ସ୍ପଷ୍ଟ ଦେଖା ଯାଉନାହିଁ | ତେବେ କୁହୁଡି ପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି | ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ କୁହୁଡି ପାଇଁ ଦୁର୍ଘଟଣା ଘଟିଛି | କୁହୁଡ଼ିରେ ରାସ୍ତା ନଦେଖାଯିବା ନେଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି ।
ବସରେ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ 5 ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ବସଟି ବିଶାଖାପାଟଣାରୁ ବାହାରିଥିଲା । ନବରଙ୍ଗପୁର ଆସିବା ବେଳେ ଜୟପୁର ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା ।