ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ବଡ ଝଟକା । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଏଫ୍‌ଆଇଆର୍‌ ରଦ୍ଦ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ତେବେ ସିବିଆଇ ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ତାଙ୍କ ଅନୁରୋଧକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି, ଟ୍ରାଏଲ୍ କୋର୍ଟ ଗୁରୁତ୍ବ ଅନୁଯାୟୀ ମାମଲାର ଶୁଣାଣି ଜାରି ରଖିବା ଉଚିତ। ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଶୁଣାଣି ସମୟରେ ଲାଲୁ ଯାଦବଙ୍କୁ ପ୍ରତ୍ୟେକ ଥର ନିମ୍ନ ଅଦାଲତରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ପଡ଼ିବ ନାହିଁ। ମାମଲାର ଗୁରୁତ୍ବକୁ ସମ୍ପୂର୍ଣ୍ଣ ବିଚାର କରିବା ପାଇଁ ମଧ୍ୟ ଟ୍ରାଏଲ୍ କୋର୍ଟକୁ କ୍ଷମତା ଦିଆଯାଇଛି। ଏହି ମାମଲାରେ ତାଙ୍କ ସହ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିବାକୁ ଲାଲୁ ଆବେଦନ କରିଥିଲେ।

ସେପଟେ ଲାଲୁ ଯାଦବ ଯୁକ୍ତି ଦେଇଥିଲେ, ଏଫ୍‌ଆଇଆର୍, ତଦନ୍ତ ପ୍ରକ୍ରିୟା ଏବଂ ମାମଲାରେ ଦାଖଲ ହୋଇଥିବା ପରବର୍ତ୍ତୀ ଚାର୍ଜସିଟ୍ ଆଇନଗତ ଭାବରେ ବିଚାର ଯୋଗ୍ୟ ନୁହେଁ। ସେ ଯୁକ୍ତି ଦେଇଥିଲେ ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଏ ଅନୁଯାୟୀ ଆବଶ୍ୟକ ମଞ୍ଜୁରୀ ପୂର୍ବରୁ ନେଇ ନଥିଲେ। ସେ ୨୦୦୪ ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିବାବେଳେ ମଧ୍ୟପ୍ରଦେଶର ଜବଲପୁରରେ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ଗ୍ରୁପ୍ ଡି ପଦବୀ ପାଇଁ ପ୍ରାର୍ଥୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଜମି ନିଆଯାଇଥିବା ଅଭିଯୋଗ ହୋଇଥିଲା