
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଠିକ୍ ପୂର୍ବରୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧକ୍ଷ ପଦରୁ ହଟିଛନ୍ତି ବିଜୟ ପଟ୍ଟନାୟକ। ବିଜୟଙ୍କ ସ୍ଥାନରେ ବରିଷ୍ଠ ନେତା ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଛି। ଏନେଇ ଏଆଇସିସି ପକ୍ଷରୁ କେସି ବେଣୁଗୋପାଳ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି।
ସେପଟେ ବିଜୟଙ୍କୁ ପ୍ରଚାର କମିଟି ଅଧକ୍ଷ ପଦରୁ ହଟାଇ ନିର୍ବାଚନ ସମନ୍ଵୟ କମିଟିର ଚେୟାରମ୍ୟାନ୍ ଭାବେ ନୂଆ ଦାୟିତ୍ବ ମିଳିଛି।
