
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଥମୁନି ଦୀଘା ଜଗନ୍ନାଥ ମନ୍ଦିର ବିବାଦ । ଏହା ମଧ୍ୟରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି, ଜଗନ୍ନାଥ ମନ୍ଦିର କେଉଁଠି ବି ନିର୍ମାଣ କରାଯାଇ ପାରିବ। ଯଦି ଶିବଙ୍କ ମନ୍ଦିର, ମାଆ କାଳୀଙ୍କ ମନ୍ଦିର ସବୁଠି ହୋଇପାରୁଛି, ଜଗନ୍ନାଥଙ୍କ ମନ୍ଦିର ସବୁଠି କାହିଁକି ହୋଇ ପାରିବ ନାହିଁ? ବିଜେପି ସରକାର ଆମ ଉପରେ ରାଗ ରଖୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରିଛନ୍ତି ପଶ୍ଚିମବଂଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ମମତାଙ୍କୁ ହିନ୍ଦୁ ବିରୋଧୀ କହି କଟାକ୍ଷ କରିଛନ୍ତି।
ସେପଟେ ମାରାଥନ ବୈଠକ ପରେ ଆଇନମନ୍ତ୍ରୀଙ୍କୁ ବିବାଦ ସମ୍ପର୍କରେ ଅବଗତ କରାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇନମନ୍ତ୍ରୀ କହିଛନ୍ତି, ଜଗନ୍ନାଥ ଧାମ କାଟିବାକୁ ଆଇନର ଆଶ୍ରୟ ନେବୁ । ନ ମାନିଲେ ଆଇନର ଆଶ୍ରୟ ନିଆଯିବ । ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ମାର୍ଗଦର୍ଶିକା ଜାରି କରିବ ଓ ସେବାୟତଙ୍କୁ ବି ମାର୍ଗଦର୍ଶିକା ଜାରି ହେବ ।ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି ହେବା ପରେ ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗରେ ଚାଲିଛି ବଡ ଷଡଯନ୍ତ୍ର। ପୁରୀକୁ ବୟକଟ୍ କରିବା ପାଇଁ ପଶ୍ଚିମବଙ୍ଗର କିଛି ଲୋକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହାକୁ ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।