ତ୍ରିପୁରାରେ ୩ ଜଣ ବାଂଲାଦେଶୀ ଚୋରଙ୍କୁ ମାରିଦେଲେ ଗାଁ ଲୋକ; ନ୍ୟାୟ ଦାବି କଲା ବାଂଲାଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିପୁରାରେ ୩ ଜଣ ବାଂଲାଦେଶୀ ଚୋରଙ୍କୁ ମାରିଦେଲେ ଗାଁ ଲୋକ । ତେବେ ବାଂଲାଦେଶୀମାନେ ସୀମାନ୍ତରେ ବୁଲୁଥିବା ଗାଁ ଲୋକଙ୍କ ଗୃହପାଳିତ ପଶୁଙ୍କୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏଥିରେ ରାଗି ଯାଇ ଗାଁର ଅନ୍ୟ ଲୋକମାନେ ୩ ବାଂଲାଦେଶୀଙ୍କୁ ପିଟିପିଟି ମାରି ଦେଇଛନ୍ତି।

ଅକ୍ଟୋବର ୧୫ରେ ତ୍ରିପୁରା ସୀମାନ୍ତରେ ପୂରା ଘଟଣା ଘଟିଥିବା ବେଳେ ଏହାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତିକ ବିବାଦ ତୀବ୍ର ହୋଇଛି। ବାଂଲାଦେଶ ପକ୍ଷରୁ ମୃତକଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ଏଥିସହ ଘଟଣାର ତୁରନ୍ତ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ବାଂଲାଦେଶ କହିଛି। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ୩ ବାଂଲାଦେଶୀଙ୍କ ମୃତ୍ୟୁର ପ୍ରତବାଦ ଢାକା ପକ୍ଷରୁ କୂଟନୀତିକ ସ୍ତରରେ କରାଯାଇଛି।

Related Posts