ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନରେ କିଛି ପାୱାର ସୋ’ କାମ ଦେବନି । ବିଜେପି ଭାଗ ଭାଗ ହେଲାଣି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ଏହା ସହ ସାଧାରଣ ଲୋକଙ୍କ ସାମିଲ କରି ନାମ ନେବାକୁ ଚେଷ୍ଟା। ଆମର କୌଣସି ନେତା ଅସନ୍ତୁଷ୍ଟ ନାହାନ୍ତି। ଯେଉଁମାନେ ସେଠି ଦାୟିତ୍ୱରେ ଥିଲେ ସେମାନେ କେହି ଯାଇ ନାହାନ୍ତି। ସାଧାରଣ ଭୋଟରଙ୍କୁ ନେଇ ମିଶ୍ରଣ ପର୍ବ କରୁଛନ୍ତି।ଜିଲ୍ଲା ବାହାରର ଅନେକ ନେତା ବିଧାୟକ ମନ୍ତ୍ରୀ ହୋଇଛନ୍ତି।
ସେଥିରେ କିଛି ଅସୁବିଧା ନାହିଁ। କୌଣସି ଦଳ ମହିଳାଙ୍କୁ ସମ୍ମାନ ଦେଉନି ଆଗକୁ ଛାଡ଼ୁନି। ନବୀନ ବାବୁ ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି ସେହି ଆଧାରରେ ମହିଳାଙ୍କୁ ଟିକେଟ ଦିଆଯାଇଛି। ସେ ଓଡ଼ିଶାର ନେତ୍ରୀ। ବିଜେଡି ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି। ସେପଟେ ଶ୍ରମୟୀଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଆମ ପ୍ରାର୍ଥୀ ଦୁର୍ବଳ ନୁହେଁ। ସେ କିଏ ଆମ ପ୍ରାର୍ଥୀଙ୍କୁ ଦୁର୍ବଳ କହିବାକୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନୂଆପଡା ପାଇଁ ବିଜେଡି ଜଣେ ମହିଳାଙ୍କୁ ପ୍ରାଥୀ କରିଛି। ମା ଭଉଣୀ ମାନେ ବିଜୁ ଜନତା ଦଳ ସହିତ ଅଛନ୍ତି। ଶଙ୍ଖ ଚି଼ହ୍ନ, ନବୀନ ପଟ୍ଟନାୟକଙ୍କ ଦଳ ନିଶ୍ଚିତ ଜିତିକି ଆସିବ।ରାଜେନ୍ଦ୍ର ଢୋଲକିଆ ଆମ ଦଳରେ ଥିଲେ, ତାଙ୍କ ପୁଅ କିଏ, ସେ ପାଳିତ ପୁଅ। ସେ ମିଶିଗଲେ କଣ ହେଲା, ସେ ଆମ ଦଳର ମେମ୍ବର କେବେ ହେଇଥିଲେ ନା ଆମ ଦଳରେ ଥିଲେ। କିଏ କୁଆଡ଼େ ଯିବ, ପ୍ରାର୍ଥୀ ହେବ ସେଥିରେ ଆମ କିଛି ଯାଏ ଆସେନାହିଁ। ବିଜେଡି ନିଜ ଦଳରୁ ପ୍ରାର୍ଥୀ କଲା। ତାଙ୍କ ଦଳ ତିନି ଚାରି ଭାଗ ହେଲାଣି। ବିଜେପି ଧାର ଉଧାର କରି ଚଳେଇ ଦେଉଛି ବୋଲି କହିଛନ୍ତି ।





