ପଂଚାୟତ ନିର୍ବାଚନ: ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଦୁଇ ଯୁବକ ଅଟକ

ରାଜ୍ୟରେ ଆରମ୍ଭ ହୋଇଯାଇଛି ପଂଚାୟତ ନିର୍ବାଚନ ନେଇ ମତଦାନ ପକ୍ରିୟା | ସେପଟେ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ ପକ୍ରିୟା | ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗ୍ରହଣ କରାଯାଉଛି, ଯେଉଁଥିରେ କି ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟର ଭୋଟିଂ ପାଇଁ ୧୮ ହଜାର ୪୯୫ଟି ବୁଥର ବ୍ୟବସ୍ଥା କରାଯାଇଛି । ଏଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ଅଛି । ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି । ମତଦାନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ ।

ତେବେ ଅପରପକ୍ଷେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ପ୍ରାଥୀ ମାନେ ନିର୍ବାଚନୀ ଗୋଟି ଖେଳୁଥିବା ବେଳେ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ଗ୍ରାମପଞ୍ଚାୟତରୁ ଆସିଛି ଏକ ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଉଥିବାର ଚିତ୍ର | ଟଙ୍କା ବାଣ୍ଟିବାକୁ ଯାଇ ଯୁବକ ହଟହଟା ହୋଇଛନ୍ତି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ ଟଙ୍କା ଧରି ଗାଁରେ ଅନ୍ଧାରୀବିଜେ କରୁଥିବାବେଳେ ଗାଁ ଲୋକେ ସେମାନଙ୍କୁ ଧରିଥିଲେ । ରାତିସାରା ୨ ଜଣଙ୍କୁ ଅଟକ ରଖିଥିଲେ । ରାୟଗଡ ତହସିଲଦାର ଓ ପୁଲିସ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛି ।

ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଥିବା ବେଳେ ବିଭିନ୍ନ ସ୍ଥାନରୁ ଆସୁଛି ହିଂସାର ଚିତ୍ର । କେଉଁଠି ଗଣ୍ଡୋଗୋଳର ଚିତ୍ର ସାମ୍ନାକୁ ଆସୁଛି ତ ଆଉ କେଉଁଠି ବୁଥ ରିଗିଂର ଚିତ୍ର ଆସୁଛି । ଏହାରି ଭିତରେ ଗଜପତି ଜିଲ୍ଲା ରାୟଗଡାରେ ରାତିରେ ଟଙ୍କା ବାଣ୍ଡିବା ଘଟଣା ନିର୍ବାଚନୀ ପାଣିପାଗକୁ ଆହୁରି ଗୋଳମାଳିଆ କରିଛି ।

ଗତ ୧୬ ତାରିଖରେ ପ୍ରଥମ ଓ ୧୮ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସମୟରେ ୪୫ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ଦେଖାଯାଇଥିଲା । ଯେଉଁ ସ୍ଥାନଗୁଡ଼ିକରେ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା, ସେହି ସ୍ଥାନ ଗୁଡ଼ିକରେ ଆଗାମୀ ୨୩ ତାରିଖରେ ସକାଳ ୯ଟାରୁ ଦିନ ୩ଟା ଯାଏଁ ଭୋଟିଂ ହେବ । କିନ୍ତୁ ଏହା ପୂର୍ବରୁ ଭୋଟ ବିଭ୍ରାଟ ଘଟଣାରେ ସଂପୃକ୍ତ ୬୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ତେଣୁ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି ଏବଂ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୧୬୨୫ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।

Related Posts