ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅର୍ଥ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଓ ବିଜୟ ଚୌଧୁରୀ । ସେପଟେ ସମ୍ରାଟ ଚୌଧୁରୀ ବୁଧବାର ଲୋକଭବନରେ ଶପଥ ନେବା ପରେ ଜେଡିୟୁରୁ ଦୁଇ ଜଣ ବରିଷ୍ଠ ନେତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସମ୍ରାଟଙ୍କ ଶପଥ ଗ୍ରହଣ ପରେ ଦୁଇ ସହଯୋଗୀ ଦଳ ଭିତରେ ବିବାଦ ଦେଖାଯାଇଥିବା ନେଇ ଚର୍ଚ୍ଚା ହେଉଛି।ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏଥର ମଧ୍ୟ ଏନଡିଏ ସରକାର ଅଛି, ତେଣୁ ଚିନ୍ତା କରିବାର କିଛି ନାହିଁ। ଶପଥ ଗ୍ରହଣ ଉତ୍ସବ ପରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରି ବିଜୟ କୁମାର ଚୌଧୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ମୁଖ୍ୟ ନୀତୀଶ କୁମାରଙ୍କୁ କୃତଜ୍ଞତା ଜଣାଇଥିଲେ।
