ପଞ୍ଜାବ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ଅମରିନ୍ଦର ସିଂ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି | କଂଗ୍ରେସ ଛାଡି ନୂଆ ରାଜନୈତିକ ଦଳ ଗଠନ କରିଥିବା ଅମରିନ୍ଦର ଏହି ଦଳର ନାମ ପଞ୍ଜାବ ଲୋକ କଂଗ୍ରେସ ରଖିଛନ୍ତି | କ୍ୟାପଟେନ ମୋଟ ୩୮ ଆସନରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିବା ବେଳେ ଏବେ ୨୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ଅନ୍ୟପଟେ ନିଜେ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଆଜି କ୍ୟାପଟେନ ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମାଲବା ଅଞ୍ଚଳରେ ସର୍ବାଧିକ ୧୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହାସହ ଦୁଇଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ସେ ସୂଚନା ଦେଇଛନ୍ତି । କହିରଖୁ କି କଂଗ୍ରେସରୁ ଇସ୍ତଫା ଦେବା ପରେ କ୍ୟାପଟେନ ନୂଆ ଦଳ ଗଠନ କରି ଆଗାମୀ ନିର୍ବାଚନରେ ସେ ବିଜେପି ଓ ଶିରୋମଣୀ ଅକାଳୀଦଳ ସହ ମେଣ୍ଟ କରିଛନ୍ତି ।

କହିରଖୁ କି ପଞ୍ଜାବ କଂଗ୍ରେସରେ ଲାଗିଥିବା କନ୍ଦଳ ମେଣ୍ଟାଇବାରେ ଦୀର୍ଘଦିନ ଧରି ମେଣ୍ଟାଇବାରେ କ୍ୟାପଟେନ ଅସଫଳ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ ।

Related Posts