ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତେବେ ୩୧ ଜଣ ଯାତ୍ରୀଙ୍କୁ ନେଇ ଏକ କ୍ରୁଜ୍ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଥିବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ସେପଟେ ସହରର ବର୍ଗୀ ଡ୍ୟାମ୍ ଅଞ୍ଚଳରେ ଚାଲିଥିବା ପର୍ଯ୍ୟଟନ ଡଙ୍ଗାଟି ଓଭରଲୋଡ ଥିବାର ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ନିଖୋଜ ଥିବା ଅନ୍ୟ ଅନେକ ଲୋକଙ୍କୁ ଖୋଜିବା ପାଇଁ ଅଭିଯାନ ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ଉପରେ ନଜର ରଖାଯାଇଛି।