
ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଘୁରୀ ବୁଲୁଛି ପ୍ରଶ୍ନପତ୍ର। ବିହାରରେ ଆଜିଠାରୁ ମାଟ୍ରିକ୍ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ପ୍ରଥମ ଦିନରେ ଗଣିତ ପରୀକ୍ଷା ଥିବା ବେଳେ ଆଜି ଏହାର ପ୍ରଶ୍ନପତ୍ର ଲିକ୍ ହୋଇଯାଇଛି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏନେଇ ସୁଚନା ଦେଇଛନ୍ତି ମୋତିହାରୀ ଜିଲ୍ଲା ପ୍ରଶାସନ । ହ୍ୱାଟସ୍ ଅପ୍ରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ହୋଇଥିଲା ।
ପରେ ଏହା ଜଣାପଡ଼ିଥିଲା ଯେ ଗଣିତର ଏହି ପ୍ରଶ୍ନ ଲିକ୍ ହୋଇଛି । ଏହି ଘଟଣାରେ ସମୃକ୍ତ ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ନେବା ପାଇଁ ମଧ୍ୟ କୁହାଯାଇଛି ।
ସୁଚନା ଅନୁସାରେ ରାଜ୍ୟର ୩୩ଟି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ମ୍ୟାଟ୍ରିକ୍ ପରୀକ୍ଷା ।ଏହି ପରୀକ୍ଷାରେ ୨୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଛନ୍ତି । ଏହି ପରୀକ୍ଷା ପାଇଁ ମୋଟ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।