
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପାକିସ୍ତାନି ପୋଷ୍ଟ ଏବଂ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡକୁ ଧ୍ୱଂସ କଲା ଭାରତୀୟ ସେନା। ତେବେ ପାକିସ୍ତାନରେ ଥିବା ଅତି କମରେ ଚାରୋଟି ବାୟୁସେନା ଘାଟିକୁ ଭାରତୀୟ ସେନା ଟାର୍ଗେଟ କରିଥିଲେ। ଏହି ସମୟରେ, ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନ ପଟୁ ଆକ୍ରମଣ କରୁଥିବା ମଧ୍ୟ ସୂଚନା ମିଳିଛି। ପାକିସ୍ତାନ ରାତିସାରା ଗୁଳିବର୍ଷା ଜାରି ରଖିଛି। କୁପୱାଡ଼ାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା।
ଏହି ଗୁଳିବର୍ଷାରେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।ପାକିସ୍ତାନରେ ଶନିବାର ସକାଳେ ଅନେକ ଏୟାରବେସ୍ ରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ରାୱଲପିଣ୍ଡିରେ ନୁରଝାନ୍ ଏୟାରବେସ୍, ଚକୱାଲରେ ମୁରିଦ୍ ଏୟାରବେସ୍ ଏବଂ ଝାଙ୍ଗରେ ରଫିକି ଏୟାରବେସ୍ ସମେତ ତିନୋଟି ବାୟୁସେନା ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା ବୋଲି ପାକିସ୍ତାନର ସେନା ଦାବି କରିଛି।