ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟର ସମସ୍ତ ଦଳ ଏବେ ଠାରୁ ଚାଳଚଞ୍ଚଳ ହୋଇ ଉଠିଲେଣି। ଏହା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗରେ ସାମ୍ବାଦିକ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଗଣତାନ୍ତ୍ରିକ ଦେଶରେ ଯାହାର ନିଷ୍ପତ୍ତି ଯିଏ ନେଇପାରିବ । ଆମେ ଚାହୁଁଛି କଂଗ୍ରେସ-ବିଜେଡି ଏକାଠି ହୋଇ ନିର୍ବାଚନ ଲଢନ୍ତୁ । ଦୁଇ ଜଣ ଏକାଠି ନିର୍ବାଚନ ଲଢିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ସୁଦୃଢ ହେବ । ସବୁ ଦଳ ମିଶି ଶକ୍ତିଶାଳୀ ବିରୋଧୀ ଦଳ ତିଆରି କରନ୍ତୁ । ରାଜ୍ୟ ପାଇଁ ଭଲ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର୍ ଧରିଛି ।
