ଭାରତର ୧୫ ସହରକୁ ଟାର୍ଗେଟ୍ କଲା ପାକିସ୍ତାନ; ହେଲେ ଏସ୍-୪୦୦ ଡିଫେନ୍ସ ପାକ ମିଶାଇଲକୁ କଲା ଧ୍ଵଂସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ୧୫ ସହରକୁ ଟାର୍ଗେଟ୍ କଲା ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ଉଦ୍ୟମକୁ ବାୟୁସେନା ପଣ୍ଡ କରିଛି । ବାୟୁ ସେନା ଏସ୍-୪୦୦ ସୁଦର୍ଶନ ଚକ୍ର ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ପାକିସ୍ତାନ ମିସାଇଲକୁ ଧ୍ୱଂସ କରିଛି । ଭାରତ ପ୍ରଥମ ଥର ପାଇଁ ଏସ୍-୪୦୦ ଡିଫେନ୍ସ ସିଷ୍ଟମକୁ ବ୍ୟବହାର କରିଛି ।

ରୁଷରୁ କିଣିଥିବା ଅତ୍ୟାଧୁନିକ ଏସ୍-୪୦୦ ଏୟାର ଡିଫେନ୍ସି ମିସାଇଲ୍ ସିଷ୍ଟମକୁ ଭାରତ ନିଜ ସୀମାରେ ମୁତୟନ କରିଛି । ପାକିସ୍ତାନ ପଟୁ ଆକ୍ରମଣ ହେବା କ୍ଷଣି, ଭାରତ ଏସ୍-୪୦୦ ମିସାଇଲକୁ ଆକ୍ଟିଭ କରିଛି । ଏହା ଜରିଆରେ ଶତ୍ରୁର ମିସାଇଲକୁ ଆକାଶରେ ଧ୍ୱଂସ କରାଯାଇଛି । ଭାରତ ଏହି ସିଷ୍ଟମକୁ ସୁଦର୍ଶନ ଚକ୍ର ନାଁ ଦେଇଛି, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଚକ୍ରକୁ ପ୍ରେରିତ ।

Related Posts