
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍କାଲପ ମିସାଇଲ ଓ ହାମର ବୋମା ଜରିଆରେ ଆତଙ୍କୀ ଶିବିରକୁ ଟାର୍ଗେଟ୍ କଲା ରାଫେଲ । ଅଧ ରାତିରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୯ଟି ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଅପରେସନ ସିନ୍ଦୂର ଆଧାରରେ ହୋଇଥିବା ଏହି ଅପରେସନରେ ଭାରତର ସବୁଠୁ ଘାତକ ଯୁଦ୍ଧ ବିମାନ ରାଫେଲକୁ ବ୍ୟବହାର କରାଯାଇଛି । ସ୍କାଲପ କ୍ରୁଜ ମିସାଇଲ ଓ ହାମର ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ରାଫେଲ ବିମାନ ଜରିଆରେ ଭାରତ ୯ ଆତଙ୍କୀ ଶିବିରକୁ ଧ୍ୱଂସ କରି ମାଟିରେ ମିଶାଇଛି । ଭାରତୀୟ ନୌସେନାର ସହାୟତାରେ ଭାରତ ଏୟାରସ୍ପେସ ଭିତରୁ ଆତଙ୍କୀ ଶିବିରକୁ ଟାର୍ଗେଟ୍ କରାଯାଇଛି ।
ଏହା ଏକ ସମନ୍ୱିତ ସମୁଦ୍ରୀ ଓ ଏୟାରସ୍ପେସରୁ ହମଲା ଥିଲା । ସୂତ୍ର ଅନୁଯାୟୀ, ପାକିସ୍ତାନୀ ମାଟିରେ ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିବା ପାଇଁ ସ୍ୱତନ୍ତ୍ର ଗୋଳା ବାରୁଦର ବ୍ୟବହାର କରାଯାଇଥିଲା । ଏଥିରେ କୌଣସି ଭାରତୀୟ ବିମାନର ହାନୀ ଘଟିନାହିଁ ।