ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ହେବାପରେ ବିଭାଗ ବଣ୍ଟନ। ନିଜ ପାଖରେ ୨୯ ବିଭାଗ ରଖିଲେ ସମ୍ରାଟ ଚୌଧୁରୀ। ସେପଟେ ଜେଡିୟୁର ଦୁଇ ଉପମୁଖ୍ୟମନ୍ତ୍ରୀ ସିଏମ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବଙ୍କ ମଧ୍ୟରେ ୧୮ ବିଭାଗ ଦିଆଯାଇଛି। ବିଜୟଙ୍କୁ ୧୦, ବିଜେନ୍ଦ୍ରଙ୍କୁ ୮ ବିଭାଗର ଦାୟିତ୍ବ ମିଳିଛି। ଗୃହ ବିଭାଗ ସିଏମ ନିଜ ପାଖରେ ରଖିଛନ୍ତି। ଅନ୍ୟପଟେ ଜନତା ଦଳ ୟୁନାଇଟେଡ (JDU) ଅଧ୍ୟକ୍ଷ ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବୁଧବାର ଏନଡିଏର ନୂଆ ସରକାର ଗଠନ ହୋଇଛି। ସମ୍ରାଟ ଚୌଧୁରୀ ମୁଖମନ୍ତ୍ରୀ ଏବଂ ଜେଡିୟୁର ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ବର୍ତ୍ତମାନ ଏହି ତିନି ନେତାଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମନ୍ତ୍ରିମଣ୍ଡଳ ବିସ୍ତାର ପରେ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯିବ। ଏହା ପରେ ପୁନଃ ବିଭାଗ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।
