୨ ଭାରତୀୟ ମହିଳା ସେନା ଅଧିକାରୀଙ୍କ ପ୍ରେସମିଟ, ପାକିସ୍ତାନ ଗାଲରେ ଶକ୍ତ ଚାପୁଡ଼ା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ଆଗରେ ସେମାନଙ୍କ ସ୍ୱାମୀମାନଙ୍କୁ ପହଲଗାମର ବୈସାରନ ଭ୍ୟାଲିରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ ଆତଙ୍କବାଦୀ। ସ୍ୱାମୀମାନଙ୍କୁ ମାରି ପତ୍ନୀମାନଙ୍କୁ ବିଧବା ସଜାଇଥିଲେ। ସେମାନଙ୍କ ମଥାରୁ ସିନ୍ଦୂର ପୋଛି ପୂରା ବିଶ୍ୱକୁ ବାର୍ତ୍ତା ଦେଇଥିଲେ। ହିନ୍ଦୁ ଧର୍ମର ପୁରୁଷମାନଙ୍କୁ ମାରି ଭାରତରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ଥିଲା।ହେଲେ ଭାରତ ଏହାର କଡା ଜବାବ ଦେଇଛି। ଭାରତୀୟ ସେନା ସବୁ ଧର୍ମରେ ବିଶ୍ୱାସ କରେ। ଭାରତର ସଚ୍ଚା ମୁସଲମାନ ମଧ୍ୟ ଭାରତୀୟ ସେନା ଉପରେ ବିଶ୍ୱାସ ରଖନ୍ତି। ପାକିସ୍ତାନ ଯେଉଁ ସାଂପ୍ରଦାୟିକ ବିଷ ଭାରତରେ ବୁଣିବାକୁ ଚାହୁଁଥିଲା, ତା’କୁ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଅକାମୀ କରି ଦେଇଛନ୍ତି। ଏନେଇ ଆଜି ସୂଚନା ଦେଇଛି ଭାରତୀୟ ସେନା | ଆତଙ୍କବାଦୀମାନେ ମହିଳାଙ୍କ ସିନ୍ଦୂର ପୋଛି ଥିବାରୁ ଭାରତୀୟ ସେନା ଆତଙ୍କବାଦୀ ଓ ସେମାନଙ୍କ ଠିକଣାରେ ଅପରେସନ ସିନ୍ଦୂର ବଳରେ ବଡ଼ ପ୍ରହାର କରିଛି।ଏହି ନାଁରେ ହିଁ ଏକାଧିକ ବାର୍ତ୍ତା ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଦିଆଯାଇଛି। ସେହିପରି ଅପରେସନ ସିନ୍ଦୂରର ବିସ୍ତୃତ ତଥ୍ୟ ଦେବାକୁ ପ୍ରଥମଥର ପାଇଁ ଭାରତୀୟ ସେନାର ଦୁଇ ଜଣ ମହିଳା ଅଧିକାରୀ ଆସିଥିଲେ | ସାରା ବିଶ୍ୱ ଆଜି ଏହି ବିରଳ ଘଟଣା ଦେଖିଛି। ଆଜି କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସମସ୍ତଙ୍କୁ ଅପରେସନ ସିନ୍ଦୂର ସମ୍ପର୍କରେ ତଥ୍ୟ ଦେଇଛନ୍ତି।ଆତଙ୍କବାଦୀମାନେ ହିନ୍ଦୁ-ମୁସଲିମ ବିଦ୍ୱେଷ ବୁଣିବାକୁ ଆସିଥିଲେ। କିନ୍ତୁ ସେମାନଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଷ୍ଟ୍ରାଇକର ତଥ୍ୟ ଜଣେ ମୁସଲିମ ଓ ଜଣେ ହିନ୍ଦୁ ମହିଳା ସମସ୍ତଙ୍କୁ ସୂଚିତ କରିଛନ୍ତି। ସେହିପରି ଆଜିର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ମଧ୍ୟ ଉପସ୍ଥିତ ଥିଲେ। ସେ ହେଉଛନ୍ତି ଜଣେ କଶ୍ମୀର ପଣ୍ଡିତ। ଏହି କଶ୍ମୀର ପଣ୍ଡିତଙ୍କୁ ନେଇ ଉପତ୍ୟକାରେ ହିଂସାର ମଞ୍ଜି ବୁଣା ଯାଇଥିଲା। ଆଜି କଶ୍ମୀର ସହ ଜଡ଼ିତ ୩ ଜଣ ଅଧିକାରୀଙ୍କୁ ସାମ୍ନାରେ ରଖି ଭାରତ ପଡ଼ୋଶୀ ପାକିସ୍ତାନ ଓ ପୂରା ବିଶ୍ୱକୁ ଭାଇଚାରାର ବାର୍ତ୍ତା ଦେଇଛି। ଏହା ପାକିସ୍ତାନ ଗାଲରେ ଏକ ଶକ୍ତ ଚାପୁଡ଼ା ବୋଲି କୁହାଯାଉଛି।ତେବେ ଆସନ୍ତୁ ଜାଣିବା ଆଜି ଅପରେସନ ସିନ୍ଦୂର ବାବଦରେ ବିସ୍ତୃତ ତଥ୍ୟ ଦେଇ ସାରା ବିଶ୍ୱକୁ ଚକିତ କରିଦେଇଥିବା ଏହି ଦୁଇ ମହିଳା ଅଧିକାରୀଙ୍କ ବାବଦରେ |୩୫ ବର୍ଷୀୟ କର୍ଣ୍ଣେଲ ସୋଫିଆ ଭାରତୀୟ ସେନାରେ ସିଗନାଲ କର୍ପସ ଅଫିସର ଭାବେ ୧୯୯୯ମସିହାରେ ସାମିଲ ହୋଇଥିଲେ । ୨୦୧୬ରେ ଇତିହାସ ରଚିଥିଲେ। ସେ ପ୍ରଥମ ମହିଳା ଅଧିକାରୀ ଭାବେ ଫୋର୍ସ ୧୮ରେ ଭାରତୀୟ ସେନାର ଟ୍ରେନିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ୧୮ଟି ଦେଶ ମିଳିତ ଭାବେ କରିଥିବା ସମରାଭ୍ୟାସରେ ଭାରତର ନେତୃତ୍ୱ କର୍ଣ୍ଣେଲ କ୍ୟୁରେଶୀଙ୍କ ହାତରେ ରହିଥିଲା। ୨୦୦୬ରେ କଙ୍ଗୋ ଶାନ୍ତି ପ୍ରତିଷ୍ଠା ମିଶନରେ ସେ ଭାରତର ପ୍ରତିନିଧିତ୍ୱ କରି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ସୋଫିଆଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ସ୍ୱାମୀଙ୍କ ଯାଏ ସମସ୍ତେ ଭାରତୀୟ ସେନାରେ ସାମିଲ ହୋଇ ଦେଶର ସେବା କରିଛନ୍ତି।ସେହିପରି ଭ୍ୟୋମିକା ସିଂ ୨୦୦୪ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ। ହେଲିକପ୍ଟରୀ ଉଡ଼ାଣରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଚେତକ ଓ ଚିତା ଭଳି ହେଲିକପ୍ଟର ଉଡ଼ାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୭ରେ ତାଙ୍କୁ ୱିଙ୍ଗ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା। ୨୦୧୯ ଡିସମେମ୍ବର ମାସରେ ଫ୍ଲାଇଂ ବ୍ରାଞ୍ଚରେ ସେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ବ୍ୟୋମିକା ୨୫୦୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇ ସାରିଥିବା ବେଳେ ଅନେକ ମିଶନରେ ସାମିଲ ହୋଇଛନ୍ତି।

Related Posts