ଆଇଓସିର ହଲଦିଆ ରିଫାଇନାରୀରେ ଭୟଙ୍କର ଅଗ୍ନିକାଣ୍ଡ: 3 ଜଣ ଜୀବନ୍ତ ଦଗ୍ଧ

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି)ର ହଲଦିଆ ରିଫାଇନାରୀରେ ଅଘଟଣ । ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

କିଛି ଜଣ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୩୭ ଜଣଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି।

ଏଥିରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ୪୪ ଜଣ ହସ୍ପିଟାଲରେ ରହିଥିବା ଆଇଓସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ କରିଥିଲେ। ଏଥିସହ ୟୁନିଟ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତ ୪୪ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କୋଲକାତାର ଗୋଟିଏ ହସ୍ପିଟାଲକୁ ପଠାଯାଇଛି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହଲଦିଆ ଆଇଓସି ଡିପୋରେ ନିଆଁ ଲାଗିବା ଘଟଣା ଗଭୀର ଯନ୍ତ୍ରଣା ଦେଇଛି।

Related Posts