ଆଇପିଏଲ: ଫେବ୍ରୁଆରୀ ୧୨ ଓ ୧୩ ତାରିଖ ସକାଳ ୧୧ଟା ସମୟରୁ ମହାନିଲାମୀ ପ୍ରକ୍ରିୟା ଆରମ୍ଭ

ଆଇପିଏଲର ୧୫ତମ ସଂସ୍କରଣ ପାଇଁ ଉତ୍ସାହିତ ଯୁବପିଢ଼ି | ତେବେ ଆଇପିଏଲ ପୂର୍ବରୁ କେଉଁ ଖେଳାଳି କୋଉ ଦଳ କୁ ଯିବ ଏବଂ କେଉଁ ଦଳ ରେ କେଉଁ କେଉଁ ଖେଳାଳି ରହିବେ ସେନେଇ ଚର୍ଚା ଜୋର ଧରିଛି | ତେବେ ଆଇପିଏଲର ୧୫ତମ ସଂସ୍କରଣର ନିଲାମୀ ପକ୍ରିୟା ଆସନ୍ତା ଫେବ୍ରୁଆରୀ ୧୨ ଓ ୧୩ ହେବ | ବାଙ୍ଗାଲୋରରେ ହେବ ଏହି ଆଇପିଏଲର ମହାନିଲାମୀ । ଆଉ ସବୁଠୁ ବଡ କଥା ହେଲା ଏହି ମହାନିଲାମୀ କୁ ୫୯୦ ଜଣ ଖେଳାଳୀ ଓହ୍ଲାଇବେ । ଦୁଇ ଦିନ ଧରି ହେବାକୁ ଥିବା ଏହି ମହାନିଲାମୀ ପାଇଁ ଅପେକ୍ଷା କ୍ରିକେଟପ୍ରେମୀ ଅଧିକ ଉତ୍ସାହିତ ଅଛନ୍ତି । କାରଣ ଚଳିତଥର ୮ଟି ବଦଳରେ ୧୦ଟି ଟିମ ମହାନିଲାମୀରେ ଭାଗ ନେବ । ଆଉ ପ୍ରତି ଫ୍ରାଞ୍ଚାଇଜରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ତେବେ ଆଇପିଏଲ ମହାନିଲାମୀ କେତେ ଟାରୁ ଆରମ୍ଭ ହେବ ସେନେଇ ଆଇପିଏଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଏନେଇ ଆଇପିଏଲର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ମହାନିଲାମୀର ସମୟ ଘୋଷଣା କରାଯାଇଛି ।

ଆଇପିଏଲର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡ଼ିଓ ସେୟାର କରାଯାଇଛି । ଏହି ଭିଡ଼ିଓରେ ମହାନିଲାମୀର ସମୟ ବାବଦରେ ଉଲ୍ଲେଖ କରାଯାଇଛି । ଫେବ୍ରୁଆରୀ ୧୨ ଓ ୧୩ ତାରିଖ ସକାଳ ୧୧ଟା ସମୟରୁ ମହାନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭିଡ଼ିଓରେ କୁହାଯାଇଛି ।

ଚଳିତଥର ଅହମ୍ମଦାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ନିଲାମୀ ପ୍ରକ୍ରିୟାରେ ଭାଗ ନେବେ । ଅହମ୍ମଦାବାଦ ଟିମର ଅଧିନାୟକ ଭାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଥିବା ବେଲେ ଲକ୍ଷ୍ନୌ ଟିମର ମଙ୍ଗ ଧରିବେ କେ.ଏଲ ରାହୁଲ । ଚଳିତଥର ଆଇପିଏଲ ମହାନିଲାମୀ ପ୍ରକ୍ରିୟାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱର୍କରେ ହେବ । ସେହିଭଳି ହଟଷ୍ଟାର ଭଳି ଡିଜିଟାଲ ପ୍ଲାଟଫର୍ମରେ ଆଇପିଏଲ ମହାନିଲାମୀର ସିଧାପ୍ରସାରଣ ଦେଖିପାରିବେ କ୍ରିକେଟପ୍ରେମୀ ।

Related Posts