କେନ୍ଦ୍ରାପଡ଼ା (ସତ୍ୟପାଠବ୍ୟୁରୋ): କଟକ ସଦର ମଣ୍ଡଳ ଅସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ସୁନାଇଲୋ ଗାଁରେ ଥିବା ମେଡିସିନ ହୋଲସେଲରଙ୍କ ଗୋଦାମରେ ଚଢ଼ାଉ କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଵିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ , ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମେଡିସିନ ଜବତ୍ ହୋଇଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ଅନୁଯାୟୀ ବିନା ଲାଇସେନ୍ସରେ ନିଶାଯୁକ୍ତ ଔଷଧ ଓ ଉପକରଣ ବିକ୍ରି କରୁଥିବା ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅତର୍କିତ ଚଢାଉ ସମୟରେ ୧୦ଲକ୍ଷ ଟଙ୍କାର ନିଶାଯୁକ୍ତ ଔଷଧ ଜବତ କରିଥିଲା ଟିମ୍ । ଏହି ମାମଲାରେ ଜଣକୁ ଗିରଫ୍ କରାଯାଇଛି ।
