ଆଗକୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଲା ଟ୍ରେଡ ୟୁନିଅନ, ଜାଣନ୍ତୁ କେବେ ବନ୍ଦ ରହିବ

ଆଗକୁ ଦୁଇ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ | ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିଅନ। ସଂସଦରେ ବଜେଟ ଅଧିବେସନରେ ୨୦୨୨ ଫେବୃଆରୀରେ ଦୁଇଦିନ ଅର୍ଥାତ୍‌ ୨୩ ଏବଂ ୨୪ ଫେବୃଆରୀରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ଚେତାବନୀ ଦେଇଛି। କିନ୍ତୁ ଏହା ପୂର୍ବରୁ ୧୬ ଏବଂ ୧୭ ଡିସେମ୍ବରକୁ ବ୍ୟାଙ୍କ ଦୁଇଦିଦିଆ ଧର୍ମଘଟ କରିବାକୁ ଆହ୍ଵାନ ଦେଇଛି।

ଏହି ଧର୍ମଘଟରେAITUC, INTUC, CITU ସମେତ ୧୦ଟି ୟୁନିଅନର ସମର୍ଥନ ମିଳିଛି।

ବ୍ୟାଙ୍କ ଧର୍ମଘଟ ପାଇଁ କ’ଣ ରହିଛି ଦାବି :

  • ଲେବର କୋର୍ଡକୁ ସମାପ୍ତ କରିବା, ଇଡିଏସଏ ସ୍କ୍ରାପିଂ
  • NPSକୁ ରଦ୍ଦ କରିବା ଏବଂ ପୁରୁଣା ପେନସନ
  • ଘରୋଇକରଣକୁ ବିରୋଧ, NMP ସ୍କ୍ରାପିଂ
  • ଇନକମ ଟ୍ୟାକ୍ସ ଦେଉନଥିବା ପରିବାରକୁ ପ୍ରତି ମାସକୁ ୭୫୦୦ ଟଙ୍କାର ରାସନ ଏବଂ ଆୟ ସହାୟତା
  • ମନରେଗା ପାଇଁ ଆବଣ୍ଟନରେ ବୃଦ୍ଧି ଏବଂ ଶ୍ରମିକଙ୍କ ପାଇଁ ୟୁନିଭରସାଲ ସୋସିଆଲ ସିକ୍ୟୁରିଟି
  • ଅଙ୍ଗନବାଡି, ଆଶା, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟ ଯୋଜନାରେ କାମ କରୁଥିବା ଲୋକଙ୍କ ପାଇଁ ସର୍ବନିମ୍ନ ବେତନ ଏବଂ ସାମାଜିକ ସୁରକ୍ଷା
  • ପେଟ୍ରୋଲିଅମ ଉତ୍ପାଦ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମ୍‌ କରିବା
  • ଠିକ ଶ୍ରମିକଙ୍କୁ ନିୟମିତ କରିବା ଏବଂ ସମସ୍ତଙ୍କୁ ସମାନ କାମକୁ ସମାନ ବେତନ ଇତ୍ୟାଦି ଦାବି ରହିଛି।
Related Posts