ଆଜି ଟେଲି ଦୁନିଆର ହ୍ୟାଣ୍ତସମ ହଙ୍କ ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନ, ମନ ପକାଇ ଭାବବିହ୍ବଳ ହେଲେ ଫ୍ୟାନ୍ସ

ବିଗବସ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆଜି ଜନ୍ମ ଦିନ | ହୃଦଘାତରେ ୨୦୨୧ ସେପ୍ଟେମ୍ବର ୨ତାରିଖ ଆଖି ବୁଜିଥିଲେ ସିଦ୍ଧାର୍ଥ | ତେବେ ସିଦ୍ଧାର୍ଥଙ୍କୁ ହରାଇବାର ଦୁଃଖ ଏଯାବତ ଭୁଲି ପାରିନାହାନ୍ତି ତାଙ୍କ ଫ୍ୟାନଷ | ମାତ୍ର ୪୦ ବର୍ଷ ବୟସରେ ହୃଦଘାତ ଯୋଗୁଁ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲେ ସିଦ୍ଧାର୍ଥ । ଆଜି ସେହି ଟେଲିଭିଜନର ହ୍ୟାଣ୍ତସମ ହଙ୍କ ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନ । ଆଜିର ଦିନରେ ୧୯୮୦ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ । ନିଜର ହ୍ୟାଣ୍ଡସମ ଲୁକ ଓ ଜବରଦସ୍ତ ଆକ୍ଟିଂରେ ସିରିଏଲ ହେଉ ଅବା ଆଲବମ ସବୁ ଥିରେ ସେ ଫ୍ୟାନ୍ସଙ୍କୁ ବାନ୍ଧି ରଖିଥିଲେ । ତେବେ ତାଙ୍କ ଫ୍ୟାନଷ ମାନେ ଆଜି ତାଙ୍କୁ ମନେ ପକାଇ ଅନେକ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି |

Related Posts