ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ, ଉଭୟ ଅଫଲାଇନ ଏବଂ ଅନଲାଇନରେ ପାଠ ପଢିବେ ଛାତ୍ରଛାତ୍ରୀ

ରାଜ୍ୟରେ କମିଛି କରୋନା ସଂକ୍ରମଣ | ଏହାରି ମଧ୍ୟରେ ଆଜି ରାଜ୍ୟରେ ଖୋଲିଛି ସ୍କୁଲ | ଆଜିଠୁ ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେବ। ଏଥିସହ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍କୁଲ ଖୋଲିଲେ ବି ଉଭୟ ଅଫଲାଇନ ଏବଂ ଅନଲାଇନରେ ପାଠ ପଢ଼ା ହେବ। କରୋନା ସଂକ୍ରମଣର ହ୍ରାସ ପରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ଆଜିଠାରୁ ଖୋଲିଛି | କୋଭିଡ କଟକଣା ମଧ୍ୟରେ ଖୋଲୁଥିବାରୁ ହାଇସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପ୍ରସ୍ତୁତି କରିଛନ୍ତି । ସ୍କୁଲ ପରିସରକୁ ସଫା କରାଯିବା ସହ ସାନିଟାଇଜ କରାଯାଇଛି । ଆସବାବପତ୍ର ସଜଡାଯିବା ସହ ସାମାଜିକ ଦୂରତା ରଖି ବସିବା ପାଇଁ ଛାତ୍ରଛାତ୍ରୀଙ୍କ ଡେସ୍କ ବେଂଚକୁ ପ୍ରସ୍ତୁତ କରାଯାଇଛି । କୋଭିଡର ତୃତୀୟ ଲହରକୁ ଦେଖି ଜାନୁଆରୀ ୧୦ରୁ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା ।

ଏବେ ପ୍ରାୟ ଏକମାସ ବ୍ୟବଧାନ ପରେ ଛାତ୍ର ଓ ଅଭିଭାବକ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଅଫଲାଇନ ଓ ଅନଲାଇନରେ ପରୀକ୍ଷା ଦେଇପାରିବେ । ଛାତ୍ରଛାତ୍ରୀମାନେ ଚାହିଁରେ ଅନଲାଇନରେ ବି କ୍ଲାସ କରିପାରିବେ । ନବମ ଶ୍ରେଣୀ ଯାଏଁ ପରୀକ୍ଷା ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପଦୋନ୍ନତି ପାଇଁ କ୍ଲାସ ଆସେସମେଂଟ କରାଯିବ । କୋଭିଡ ସଂକ୍ରମଣ କମିବା ପରେ ହାଇସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନ ଆଜିଠାରୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ସେହିଭଳି କେଜି ସପ୍ତମ ଶ୍ରେଣୀ ଫେବୃଆରୀ ୧୪ ତାରିଖ ଅର୍ଥାତ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ।

୯ମରୁ ଯୁକ୍ତ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ। ଏହି ଅନୁସାରେ ରୁଟିନ୍‌ ପ୍ରସ୍ତୁତ ସହ ଶିକ୍ଷକମାନେ କ୍ଲାସ କରିବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ସୁଖିଲା ରାସନ ଦିଆଯିବ । ପାଠ ପଢ଼ିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବିକଳ୍ପ ବାଛି ପାରିବେ । କେଜିରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ହିଁ ଅନୁଷ୍ଠିତ ହେବ । ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୁଇ ବର୍ଷ ହେଲା ବନ୍ଦ ରହିଥିବାରୁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସହଯୋଗ କରିବେ । ଦରକାର ପଡ଼ିଲେ ଖରା ଛୁଟିକୁ ହ୍ରାସ କରାଯିବ ।

Related Posts