ଆଜି ପବିତ୍ର ମାଘ ସପ୍ତମୀ, କରୋନା ପାଇଁ ଫିକା ପଡିଲା ମାଘବୁଡ଼

ଆଜି ପବିତ୍ର ମାଘ ସପ୍ତମୀ । ତେବେ କରୋନା ମହାମାରୀ ମାଘବୁଡ଼ ଉପରେ କାଳ ବାଦଲ ଢାଙ୍କି ଦେଇଛି | କରୋନା କଟକଣା ମଧ୍ୟରେ ପାଳିତ ହୋଇଛି ମାଘବୁଡ଼ | ଚଳିତ ବର୍ଷର ପ୍ରସିଦ୍ଧ ଚନ୍ଦ୍ରଭାଗାର ମାଘ ବୁଡ଼ ପଡିଛି। ଆଜି ଭୋର୍ ରୁ ତିନି ଠାକୁର ଦକ୍ଷୀଣଶ୍ବର, ଐଶାନଶ୍ବର, ତ୍ରିବେଣୀଶ୍ବରଙ୍କୁ ଘଣ୍ଟଘଣ୍ଟା ବାଣବାଜାରେ ରୋଷଣୀ କରାଯାଇ ଅଣାଯାଇଥିଲା । ତିନି ଠାକୁର ତିନି ଗୋଟି ସ୍ଥାନରେ ପନ୍ଥିଭୋଗ ଦିଆଯିବା ପରେ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ପ୍ରବେଶ କରିବା ବାଟରେ ନିକଟସ୍ଥ ମହୋଦଧିରେ ପ୍ରଥମେ ଖନନ କରିବା ପରେ ତୀର୍ଥ ପୁଷ୍କରିଣୀକୁ ନିଆ ଯାଇଥିଲା ।

ପବିତ୍ର ମାଘସପ୍ତମୀ ଅବସରରେ ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭମେଳା । ଆସନ୍ତା ପୂର୍ଣ୍ଣିମା ଯାଏଁ ଏହି ମେଳା ଚାଲିବ । ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ ପରେ ସାଧୁସନ୍ଥମାନେ ଏଠାରେ ଦଶଦିନବ୍ୟାପୀ ଯଜ୍ଞକରି ମହାକୁମ୍ଭ ମେଳାର ସମାପନ କରିବ । ତେଣୁ ମେଳା ପାଇଁ ଖଣ୍ଡଗିରି ଚଳଚଂଚଳ ହୋଇଛି । ରାଜ୍ୟ ବାହରର ବହୁ ସ୍ଥାନରୁ ସାଧୁସନ୍ଥ ଆସିଛନ୍ତି । ତେବେ ଏବର୍ଷ କୋଭିଡ କଟକଣା ଯୋଗୁଁ ଏମାନଙ୍କ ସଂଖ୍ୟା କମ ରହିଛି । ତେବେ ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ । କୌଣସି ଅପେରା, ମେଳା ଓ ଦୋକାନ ଖୋଲିବାକୁ ଅନୁମତି ଦେଇନାହିଁ ପ୍ରଶାସନ ।

Related Posts