ଉତ୍ତରାଖଣ୍ଡ ଉପରେ ଆମ୍ ଆଦମୀ ପାର୍ଟି ର ନଜର, କେଜ୍ରିୱାଲ ଙ୍କ ଗସ୍ତ କୁ ନେଇ ଚର୍ଚ୍ଚା

ଆଗକୁ ଆସୁଛି ୫ ରାଜ୍ୟର ବିଧାନସଭା ନିର୍ବାଚନ | ତେବେ ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ସମସ୍ତ ଦଳ | କିପରି ଲୋକଙ୍କ ମନ ଜିଣିବେ ସେ ନେଇ ପ୍ରସ୍ତୁତ କଲେଣି ରଣନୀତି | ତେବେ ଆପ୍ ପକ୍ଷରୁ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଆଜି ଉତ୍ତରାଖଣ୍ଡରେ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ |

ଦେବଭୂମିକୁ କେଜ୍ରିୱାଲଙ୍କ ଏହା ଷଷ୍ଠ ଗସ୍ତ । ପୂର୍ବାହ୍ନ ୧୧ଟା ୩୦ରେ କେଜ୍ରିୱାଲ ଜୋଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ସେ ବିଜାପୁର ଗେଷ୍ଟ ହାଉସକୁ ଯିବେ । ସେଠାରେ ହିଁ ସେ ଏକ ବୈଠକ କରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାପରେ ଅପରାହ୍ନ ୨ଟାରେ ଏକ ଜନସଭା କରିବେ କେଜ୍ରିୱାଲ ।ପ୍ରକାଶ ଥାଉ କି ଗତକାଲି (ରବିବାର) ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ କେଜ୍ରିୱାଲ । ସେଠାରେ ଲକ୍ଷ୍ନୌରେ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ରାଲିକୁ ସମ୍ବୋଧନ କରିଥିଲେ । ଆଶିୟାନାର ସ୍ମୃତି ଉପବନ ପରିସରରେ ଏହି ରାଲିରେ ଯୋଗ ଦେଇଥିଲେ । ଜନସଭାକୁ ସମ୍ବୋଧନ କରି ରାଜ୍ୟର ଯୋଗୀ ସରକାରଙ୍କ ସହିତ ପୂର୍ବ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ୨୦୧୭ ସମୟରେ ବିଜେପିର ସବୁଠୁ ବଡ଼ ନେତା କହିଥିଲେ କବରସ୍ଥାନ ହେବ ମାନେ ଶ୍ମଶାନ ମଧ୍ୟ ହେବ। ପୁରୁଣା ସରକାର ଉତ୍ତର ପ୍ରଦେଶରେ କବରସ୍ଥାନ ଓ ଶ୍ମଶାନ ତିଆରି କଲେ। ଆମକୁ ଉତ୍ତରପ୍ରଦେଶରେ ଥରୁଟିଏ ସୁଯୋଗ ଦିଅନ୍ତୁ ଆମେ ବିଦ୍ୟାଳୟ ଓ ଚିକିତ୍ସାଳୟ ତିଆରି କରିବୁ ବୋଲି କହିଥିଲେ କେଜ୍ରିୱାଲ ।ସେ ଆହୁରି କହିଥିଲେ ଯୋଗୀ ସରକାର କୋରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟ କରିନାହାନ୍ତି। ଅମ୍ଳଜାନ ଅଭାବରୁ ରାସ୍ତାରେ ଲୋକଙ୍କ ଜୀବନ ଯାଇଛି । ଯୋଗୀ ସରକାର ନା ତାଙ୍କୁ ଔଷଧ ଦେଇପାରିଲେ ନା ଅମ୍ଳଜାନ। ଉତ୍ତରପ୍ରଦେଶରେ ଦୁନିଆର ସବୁଠାରୁ ଖରାପ କୋରୋନା ପରିଚାଳନା ହୋଇଛି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Related Posts