ଆଜିଠୁ ୧୦ଦିନ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ମନା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ମନା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ହେବା ନେଇ ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ ।

ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି କୁମ୍ଭୀରମାନଙ୍କ ଗଣନା କରାଯିବ। ୨ ତାରିଖରୁ ୫ ତାରିଖ ଯାଏ ନଦୀ ଶାନ୍ତ ପଡିପାରେ, ୬ ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ। ଏହି ଗଣନା ୧୦ ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

ସେପଟେ ଇକୋଟୁର ଓଡିଶା ମାଧ୍ୟମରେ ହେଉଥିବା ବୁକିଙ୍ଗ ମଧ୍ୟ ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ୨୨ଟି ଟିମ ଗଠନ କରାଯାଇଛି । ଏହି ଗଣନା କୁମ୍ଭୀର ବିଷାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ କରାଯିବ । ପ୍ରତିବର୍ଷ କୁମ୍ଭୀର ଗଣନା ହେଉଥିବା ପଦ୍ଧତି ସହିତ ଚଳିତବର୍ଷ ପ୍ରଥମଥର ପାଇଁ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯାଉଛି ।

ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ରହିଛି । ମୋଟ୍ ୨୨ଟି ଟିମ୍, ୫୨ଟି ସେଗେମେଣ୍ଟ ସାହାଯ୍ୟରେ ବଉଳା କୁମ୍ଭୀର ଗଣନା କରିବେ । ଡ଼କ୍ଟର ସୁଧାକର କରଙ୍କ ନେତୃତ୍ୱରେ ଗଣନା କରାଯିବ ।

Related Posts