ନୂଆବର୍ଷରୁ ମହଙ୍ଗା ମାଡ, ପୋଷାକ, ଜୋତା ଉପରେ ୫%ରୁ ୧୨% ବଢିଲା ଜିଏସଟି

ନୂଆବର୍ଷରୁ ଆରଂଭ ହୋଇଗଲା ମହଙ୍ଗା ମାଡ । ୫%ରୁ ୧୨% ବଢିଲା ଜିଏସଟି | କପଡା, ପୋଷାକ ଓ ଜୋତା ଉପରେ ୫%ରୁ ୧୨% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଜିଏସଟି । ଏହିସବୁ ସାମଗ୍ରୀ ଉପରେ ପୂର୍ବରୁ ୫ ପ୍ରତିଶତ ଜିଏସଟି ଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି ।

ଏହାକୁ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି । ତେବେ ୧୦୦୦ ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ପୋଷାକ ଉପରେ ଏହି ବର୍ଦ୍ଧିତ ଜିଏସଟି ଲାଗୁ କରାଯିବ । ସେହିପରି ଫ୍ୟାବ୍ରିକ୍ , ସିନ୍ଥେଟିକ ୟାର୍ଣ୍ଣ , କମ୍ବଳ ଓ ତମ୍ବୁ ଆଦିର ମୂଲ୍ୟ ବଢିବ ।

ଅନ୍ୟପଟେ ଗମନାଗମନ ପାଇଁ ଲାଗୁଥିବା ଓଲା , ଉବେର ଉପରେ ମଧ୍ୟ ଜିଏସଟି ଲାଗୁ ହୋଇଛି । ଏଣିକି ଏହି ଗାଡିରେ ଯିବାକୁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଏହାବ୍ୟତୀତ ସ୍ୱିଗି, ଜୋମାଟୋ ଭଳି ଖାଦ୍ୟ ଯୋଗାଣ ସଂସ୍ଥା ଗୁଡିକ ଉପରେ ମଧ୍ୟ ଏଣିକି ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହୋଇଛି । ନୂଆବର୍ଷରୁ ଲାଗୁ ହୋଇଥିବା ଅନ୍ୟନ୍ୟ ନିୟମାବଳୀ ମଧ୍ୟରେ ଏଣିକି ଗ୍ରାହକମାନଙ୍କ ବ୍ୟାଙ୍କ ଲକର ବ୍ୟବସ୍ଥା ଆହୁରି ସୁରକ୍ଷିତ ହେବ । ଏହାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟାଙ୍କ ବହନ କରିବ । ଯଦି ଲକରରେ ଥିବା କୌଣସି ଜିନିଷର କ୍ଷତି ହୁଏ ତେବେ ତାହାର କ୍ଷତିପୂରଣ ବ୍ୟାଙ୍କ ଦେବ ।

Related Posts