ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା, କଟକଣା ପରେ ବି ରକ୍ତରଞ୍ଜିତ ହେଲା ମାଙ୍କ ପୀଠ

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଯାତ୍ରା | ଖଇରଗୁଡ଼ା ମୁଖ୍ୟ ସୁଲିଆ ବୁଢାଙ୍କ ପୀଠରେ ରୀତି ନୀତି ପରମ୍ପରା ଅନୁସାରେ ଆରମ୍ଭ ହୋଇଯାଇଛି ଏହି ଯାତ୍ରା । ଯାତ୍ରାରେ ବଳିପ୍ରଥା ଥିବା ବେଳେ ଆରମ୍ଭ ହୋଇଯାଇଛି ପଶୁପକ୍ଷୀଙ୍କ ବଳିପର୍ବ । ବଳିରେ କଟକଣା ରହିଥିଲେ ମଧ୍ୟ ସବୁଥର ପରମ୍ପରା ଆଗରେ ଚଳିତ ଥର ମଧ୍ୟ ଫେଲ ମାରିଛି କଟକଣା ।

ଏନେଇ ଆଜି ସୁଲିଆ ବୁଢାଙ୍କ ପୀଠରେ ଶହଶହ ଭକ୍ତଙ୍କ ସମାଗମ ହୋଇଛି । ମାନସିକ ପୂରଣ ପାଇଁ ଆଜି ଆଦିବାସୀମାନେ ଏଠି ପୂଜା କରିବା ସହ ପଶୁ ପକ୍ଷୀଙ୍କ ବଳି ଦେଉଛନ୍ତି। ସେପଟେ ପ୍ରଶାସନର ସଚେତନ ଓ ନିବେଦନ ସତ୍ତ୍ୱେ ବଳି ବନ୍ଦ ହୋଇ ନାହିଁ। ଆଦିବାସୀ ତାଙ୍କ ରୀତିନୀତି ପରମ୍ପରା ଅନୁସାରେ ବଳି ଦେବା ଆରମ୍ଭ କରିଛନ୍ତି।

Related Posts